ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ଜାନୁଆରୀ ମାସରେ କରୋନା ଟିକା ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା କୋଭିଶିଲଡକୁ ମଞ୍ଜୁରୀ ମିଳିପାରେ । ଜରୁରୀ ପରିସ୍ଥିତିରେ ଏହି ଟିକା କୁ ବ୍ୟବହାର କରାଯିବ ବୋଲି କୁହାଯାଇଛି ।
ଅକ୍ସଫୋର୍ଡ ଆଷ୍ଟ୍ରାଜେନିକ ପକ୍ଷରୁ ବ୍ରିଟେନ ଏବଂ ବ୍ରାଜିଲରେ କ୍ଲିନିକାଲ ଟ୍ରାଏଲ ସମ୍ପର୍କରେ ତଥ୍ୟ ଦାଖଲ କରାଯାଇଛି । ପାସ୍ଲଲ ସୋରିଅଟ କହିଛନ୍ତି କୋଭିଶିଲ୍ଡ ଅନ୍ୟ କରୋନା ଟିକା ଭଳି କ୍ଲିନିକାଲ ଟ୍ରାଏଲରେ ବେଶ ସଫଳ ରହିଛି । ଏହି ଟିକା ରୋଗୀଙ୍କୁ ଅତି ଗୁରୁତର ସ୍ଥିତିରେ ବଞ୍ଚାଇବା ପାଇଁ ଶତପ୍ରତିଶତ କାର୍ଯ୍ୟକରୁଥିବାର ଜଣାପଡୁଛି ।
ପ୍ରଥମ ପର୍ଯ୍ୟାୟରେ ଏହି ଟିକା ୩୦ କୋଟି ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯିବ ବୋଲି କୁହାଯାଇଛି ।ଏହି ଟିକା କରଣ ୨୦୨୧ ପୁର୍ବ ସପ୍ତାହ ରୁ ଆରମ୍ଭ ହୋଇ ଜୁଲାଇ ଶେଷ ଯାଏଁ ଜାରି କରାଯାପାରେ । ଏଥିରେ ୫୦ ବୟସରୁ ଉର୍ଦ୍ଧ ମୟସ୍କ ବ୍ୟକ୍ତି , ହେଲଥକେୟାର ଓ ଅନ୍ୟ ରୋଗରେ ପୀଡିତ ଥିବା ବ୍ୟକ୍ତଙ୍କୁ ସାମିଲ କରାଯିବ ।