ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବିବାଦୀୟ ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ ପାଇବା ପୂର୍ବରୁ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ ଜରିଆରେ ନିବେଦନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଶାନ୍ତି ଓ ସଦଭାବନା ବଜାୟ ରଖିବାକୁ ସେ ଟ୍ୱିଟରରେ ଲେଖିଛନ୍ତି । ଅନ୍ୟପଟେ ରାୟ ପ୍ରକାଶ ପୂର୍ବରୁ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଜେଡପ୍ଲସ ସୁରକ୍ଷା ଦିଆଯାଇଛି।
Ahead of #AyodhyaVerdict, appeal to everyone to accept the judgement of Honourable #SupremeCourt. Let us continue to live in peace and harmony. The spirit of brotherhood is the hallmark of our secular fabric.
— Naveen Patnaik (@Naveen_Odisha) November 9, 2019
ସେହିଭଳି ନ୍ୟାୟ ପ୍ରକାଶ ପାଇବା ପରେ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଜରିଆରେ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଯେଉଁ ନିଷ୍ପତ୍ତି ଆସିବ ତାହା କାହାର ବିଜୟ କିମ୍ବା ପରାଜୟ ହେବ ନାହିଁ। ଏହି ନିଷ୍ପତ୍ତି ଭାରତର ଶାନ୍ତି ଓ ଏକତାର ମହାନ ପରମ୍ପରାକୁ ଯେଭଳି ଅଧିକ ମଜବୁତ କରିବ ସେଥିପ୍ରତି ପ୍ରାଥମିକତା ଦେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଆଜି ସୁପ୍ରିମ କୋର୍ଟ ବାହାରେ ୧୪୪ ଧାରା ଲାଗୁ ହୋଇଛି । କୌଣସି ଅପ୍ରିତିକର ଘଟଣାକୁ ଏଡାଇବା ପାଇଁ ଏହି ଧାରା ଲାଗୁ କରାଯାଇଛି । କୋର୍ଟ ବାହାରେ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।