କଟକ(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ବାହାର ରାଜ୍ୟରେ ଫସି ରହିଥିବା ଲୋକ ମାନଙ୍କୁ ଓଡିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏହାରି ଭିତରେ ହାଇକୋର୍ଟ ଏକ ରାୟ ଶୁଣାଣି କରିଛିନ୍ତି । ବାହାର ରାଜ୍ୟରୁ ଫେରିଥିବା ପୂର୍ବରୁ ପ୍ରବାସୀ ଓଡିଆ ମାନଙ୍କର କରୋନା ଟେଷ୍ଟ ନିହାତି କରାଯିବ । ରିପୋର୍ଟ ନେଗେଟିଭ ଆସିଲେ ସେମାନେ ଓଡିଶା ଆସିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ଜେନାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ପିଆଇଏଲ ର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି ।
ସୂଚନା ଯୋଗ୍ୟ ବର୍ତ୍ତମାନ ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଓଡିଆ ମାନେ କରୋନା ଆକ୍ରାନ୍ତ ହେଉଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୨୦୬ ରେ ପହଞ୍ଚିଛି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଅନେକଙ୍କ ବାହାର ରାଜ୍ୟ ସହ ଲିଙ୍କ୍ ଥିବାର ଜଣା ପଡିଛି । ସେହିପରି ରାଜ୍ୟ ସରକାରଙ୍କ ଅନୁଯାଇ ଓଡିଶାକୁ ପ୍ରାୟ ୫ ଲକ୍ଷ ପ୍ରବାସୀ ଓଡିଆ ଫେରିପାରନ୍ତି । ତେବେ ଚିହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୬୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି ।