ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପାଇଁ ବୁଟ ଡାଲି ଖୁବ୍ ଉପଯୋଗୀ । ଏହାକୁ ଖାବାରେ ଯେତିକି ସ୍ୱାଦିଷ୍ଟ ସେତିକି ମଧ୍ୟ ଲାଭଦାୟକ । ଏହି ଡାଲି ପ୍ରତ୍ୟେକ ଘରେ ବ୍ୟବହାର କରାଯାଏ । ୧୦୦ ଗ୍ରାମ ବୁଟ ଡାଲିରେ ୩୩ ହଜାର କ୍ୟାଲୋରୀ , ୧୧ ଗ୍ରାମ ଫାଇବର ଏବଂ ଭରପୁର ମାତ୍ରାରେ ପ୍ରୋଟିନ୍ ଥାଏ । ଏହି ଡାଲି ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟାମାନ ଦୂର ହୋଇଥାଏ । ଡାଇବେଟିସ୍: ବୁଟ ଡାଲିରେ ଗ୍ଲାଇସମିକ ଇଣ୍ଡେକ୍ସ ଥାଏ, ଯାହା ଡାଇବେଟିସ୍ କୁ ନିୟନ୍ତ୍ରଣରେ ରଖିଥାଏ । ଏହାସହିତ ରକ୍ତରେ ସୁଗାର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ଶରୀରରେ ଗ୍ଲୁକୋଜ୍ ମାତ୍ରାକୁ କମ କରିବାରେ ସହାୟକ ହୋଇଥାଏ ।
ଫାଇବର ମାତ୍ରା: ବୁଟ ଡାଲିରେ ଫାଇବର ମାତ୍ରା ଅଧିକ ଥାଏ । ଏହି ଡାଲି ସେବନ କରିବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ । ଏହାଦ୍ୱାରା କୋଲେଷ୍ଟ୍ରଲ କମ ହୋଇଥାଏ । ଯାହାଦ୍ୱାରା କୋଷ୍ଟକାଠିନ୍ୟ ସମସ୍ୟା ଦୂର ହୁଏ ।
ଆଇରନ ଅଭାବ ଦୂର: ଯଦି ଆପଣଙ୍କ ଶରୀରରେ ଆଇରନ ଅଭାବ ଦେଖାଦେଉଛି ତେବେ ବୁଟ ଡାଲି ସେବନ କରନ୍ତୁ । ଏଥିରେ ଫସଫରସ ଏବଂ ଆଇରନ୍ ନୂତନ ରକ୍ତକଣିକା ତିଆରି କରିବାରେ ସହାୟକ ହୋଇଥାଏ ।
ଜଣ୍ଡିସରେ ଫାଇଦା: ଜଣ୍ଡିସରେ ବୁଟ ଡାଲି ସେବନ କଲେ ଖୁବ୍ ଫାଇଦା ହୋଇଥାଏ । ୧୦୦ ଗ୍ରାମ ବୁଟ ଡାଲିକୁ ୨ ଗ୍ଲାସ ପାଣିରେ କିଛି ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖିଦିଅନ୍ତୁ । ତାପରେ ଡାଲିକୁ ଛାଣି ଦେଇ ସେଥିରେ ଗୁଡ ମିଶାଇ ସେବନ କରନ୍ତୁ ।