ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ଗତ ତିନି ଦିନ ହେବ କମିଶନରେଟ ପୋଲିସ ଆକ୍ସନ ମୋଡରେ ଚାଲି ଆସିଥିବା ବେଳେ କୋଭିଡ ନିୟମ ଉଲ୍ଲଘନ କରୁଥିବା ଲୋକ ମାନଙ୍କଠାରୁ ଜୋରିମାନ ସହ କରୋନା ଗାଇଡଲାଇନ ପାଳନ କରୁନଥିବା ଦୋକାନୀମାନଙ୍କ ଦୋକାନରେ ତାଲା ପକାଉଛି ।
ତୃତୀୟ ଦିନରେ କମିଶନରେଟ ପୋଲିସ ୨୭୨୯ଜଣଙ୍କ ଠାରୁ ଜରିମାନା ଆଦାୟ ସହ ୨୨ଟି ଦୋକାନ ବନ୍ଦ କରିଛି । ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।
Today 2729 people have been fined for Covid-19 Guidelines violation in UPD Bhubaneswar. Also 22 shops were sealed for not following the Covid -19 guidelines.@cpbbsrctc @odisha_police @DGPOdisha
— DCP Bhubaneswar (@dcpbbsr) September 19, 2020
ପୂର୍ବରୁ ୨ୟ ଦିନରେ କମିଶନରେଟ ପୋଲିସ ୨୮୩୩ଜଣଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ୪୧ଟି ଦୋକାନ ବନ୍ଦ କରିଥିଲା । ସେହିପରି ପ୍ରଥମ ଦିନରେ କମିଶନରେଟ ପୋଲିସ ୨୭୫୨ଜଣ ଅମାନିଆଙ୍କ ଠାରୁ ଜରିମାନ ଆଦାୟ କରିଥିବା ବେଳେ ୧୯ଟି ଦୋକାନକୁ ବନ୍ଦ କରିଥିଲା ।