ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ସିଧାସଳଖ ଭୁବନେଶ୍ୱରରୁ ମାଲେସିଆକୁ ବିମାନ ଯାତ୍ରା । ଗତକାଲି ରାତିରୁ କୁଆଲାଲମ୍ପୁରକୁ ବିମାନ ଯାତ୍ରା ଆରମ୍ଭ ହୋଇଛି । ଏୟାର ଇଣ୍ଡିଆ ବିମାନ ଗତକାଲି ୧୨.୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରି ଆଜି ସକାଳେ କୁଆଲାଲମ୍ପୁରରେ ପହଁଚିଛି । ସେଠାରେ ଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।
ବିମାନଟି କୁଆଲାଲମ୍ପୁରରୁ ବାହାରି ରାତି ୧୧.୨୦ ରେ ଭୁବନେଶ୍ୱରରେ ପହଁଚିବ । ସପ୍ତାହରେ ୪ ଦିନ ଯାତ୍ରା କରିବ ବିମାନ ।