ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଯେଉଁଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାହା ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗତ ୨ ଦିନ ହେଲା ରାଜଧାନୀରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ପରେ ଜନ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁନିଟ ୪ ମାର୍କେଟକୁ ବନ୍ଦ କରି ଦିଆଯାଇଛି ।
ଏହି ମାର୍କେଟ ସମେତ ପାଖାପାଖି ଦୋକାନକୁ ବନ୍ଦ କରାଯାଇଛି । ଅନ୍ୟପଟେ ଆଜି ରାତି ସାଢେ ୯ ଟା ପର ଠାରୁ ରାଜ୍ୟର ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ଏବଂ ରାଉରକେଲା ମହା ନଗର ନିଗମକୁ ଆସନ୍ତା ୩୧ ଜୁଲାଇ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି ।