ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କରୋନା ଟିକାକରଣ ନେଇ ଭାରତରେ ପ୍ରସ୍ତୁତି ଜାରି ରହିଛି । ଆଜି ସାରା ଦେଶରେ ଡ୍ରାଏ ରନ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଏନେଇ ଏକ ବଡ ଘୋଷଣା କରିଛନ୍ତି । ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ କରୋନା ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ।
ଡ୍ରାଏ ରନ ବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ପାଳନ କରାଯିବ । ୧୧୬ ଜିଲ୍ଲାରେ ୨୫୯ ଟିସ୍ଥାନରେ ଡ୍ରାଏ ରନ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜେ ଏହାର ସ୍ଥିତି ସମୀକ୍ଷା କରିବେ ।ଦିଲ୍ଲୀରେ ଯେଉଁମାନଙ୍କୁ ଟିକା ଦିଆଯିବ ତାହାର ତାଲିକା ପ୍ରସ୍ତୁତ କରାଯାଇଛି ।
ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭ୍ୟାକସିଦର ଡ୍ରାଏ ରନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।ବୟସ୍କ ବ୍ୟକ୍ତି ଅର୍ଥାତ ୫୦ ବର୍ଷରୁ ଅଧିକ ଲୋ୍ଙ୍କୁ କରୋନା ଟିକା ଦିଆଯିବ । ପ୍ରଥମ ପର୍ଯ୍ୟୟରେ ୩ କୋଟି ଲୋକଙ୍କୁ ଏହି ଟିକା ଦିଆଯିବ । ସେଥିରୁ ୧ କୋଟି ଲୋକ ସ୍ୱାସ୍ଥ୍ୟକର୍ମୀ ଓ ୨ କୋଟି ଲୋକ ଫ୍ରଣ୍ଟଲାଇନ ୱାର୍କର ରହିଛନ୍ତି । ଦେଶରେ ଜୁଲାଇ ସୁଦ୍ଧା ୨୭ କୋଟି ଲୋକଙ୍କୁ ଟିକାକରଣ କରାଯିବ ବେଲେି କୁହାଯାଇଛି ।