ଜଗତସିଂହପୁର ( ଏଟିଆର ବ୍ୟୁରୋ): ଆଜି ବି ସେଦିନର କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠେ । ଜଣେ ମହିଳାଙ୍କୁ ପୁଣି ଏମିତି ବିଭତ୍ସ ଭାବେ ହତ୍ୟାକରାଯାଇ ପାରେ । ଘଟଣା ୧୯୮୦ ମସିହା କଥା । ଯେଉଁ ଘଟଣା ପାଇଁ ସେତେବେଳେ ସାରା ଦେଶରେ ସୃଷ୍ଟି ହୋଇଥିଲା ଜନ ଆନ୍ଦୋଳନ । ଯେଉଁ ଆନ୍ଦୋଳନ ପୁରା ସରକାରକୁ ଦୋହଲାଇ ଦେଇଥିଲା । ସାମ୍ବାଦିକ ନବକିଶୋର ମହାପାତ୍ରଙ୍କ ସ୍ତ୍ରୀ ଛବିରାଣୀଙ୍କୁ ବଡ ବିଭତ୍ସ ଭାବେ ଏଇ ବିଲୁଆ ଖାଇ ନଦୀ ପଠାରେ ହତ୍ୟା କରାଯାଇଥିଲା ରାଜନୈତିକ ଫାଇଦା ପାଇଁ । ଆଠ ଜଣ ଦୃବୁର୍ତ୍ତ ସାମ୍ବାଦିକା ଛବିରାଣୀଙ୍କୁ ଦୁଷ୍କର୍ମ କରି ମାରିଦେଇଥିଲେ ।
ତେବେ ଆଜି ଆମେ ଏଇ ପ୍ରସଙ୍ଗ ଏଥିପାଇଁ ଉଠାଇଲୁ ଦୀର୍ଘ ୩୯ ବର୍ଷ ପରେ ଛବିରାଣୀଙ୍କୁ ମନେ ପକାଇଛି ନିହାରିକା ମର୍ଡର କେସ । କଟକ ନସିଂହୋମରେ କାମ କରୁଥିବା ନର୍ସ ନିହାରିକାଙ୍କ ମୃତ ଦେହ ଏବେ ବିଲୁଆ ଖାଇ ନଦୀ ପଠାରୁ ଉଦ୍ଧାର ହୋଇଛି । ଗୋଟେ ଅଖା ଭିତରୁ ଗୋଡ ହାତ ବନ୍ଧା ହୋଇଥିବା ଅବସ୍ଥାରେ ନିହାରିକାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଘଟଣାକୁ ତିନିଦିନ ବିତିଲାଣି । ପ୍ରତ୍ୟକ ଦିନ ଏହି ଘଟଣା କିଛି କିଛି ନୂଆ ମୋଡ ନେଉଛି ।
ଯାହାକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏ ଘଟଣା ଆଉ ଛବିରାଣୀ ପରି ଲୋମ ହର୍ଷଣ କାରୀ ନୁହେଁତ ? ନିହାରକାଙ୍କୁ କେବଳ ହତ୍ୟା କରାଯାଇଛି ନାଁ ତାଙ୍କ ସହ ବି ସେମିତି କିଛି ଅମାନବୀୟ କାଣ୍ଡ ହୋଇଛି । ତେବେ ଏ ସବୁ ଘଟଣା ଉପରୁଏବେ ବି ପରଦା ହଟିନି । ପୋଲିସ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ପରୀକ୍ଷା ନିରୀକ୍ଷା ଜାରି ରଖିଛି । ଅନ୍ୟପଟେ ପୁରୁଷ ବନ୍ଧୁ ରାଜା ଏବେ ବି ଫେରାର ରହିଥିବା ଜଣା ପଡିଛି ।