ଜଗତସିଂହପୁର(ଏଟିଆର ବ୍ୟୁରୋ): ପରଲୋକରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ । ୬୬ ବର୍ଷରେ ସେ ତାଙ୍କ ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି । ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଓଡ଼ିଶାରୁ ରାଜ୍ୟ ସଭାକୁ ଓ ଜଗତସିଂହପୁର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
୨୦୧୬ ମସିହାରେ ରାଜ୍ୟ ସଭା ପାଇଁ ଓଡିଶାରୁ ସେ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରେ ଓଡିଶା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ସେ ୨୧ ମାର୍ଚ୍ଚ ୨୦୧୭ରେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ । ତେବେ ବିଧାୟକ ଶ୍ରୀ ଦାସଙ୍କ ଦେହାନ୍ତରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।