ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବିଜେପି ଇସ୍ତାହର ପତ୍ର ଘୋଷଣାକୁ ନେଇ ଆଜି ଭୁବନେଶ୍ୱର ଖାରବେଳ ନଗର ଥାନାରେ ମାମଲା ଦାୟର କରିଛି ବିଜେଡି । ବିଜେଡି ଅଭିଯୋଗ କରିଛି କି ଆଜି ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ସଂକଳ୍ପ ପତ୍ରରେ ଓଡିଶାକୁ ଅଣଦେଖା କରାଯାଇଛି । ବିଜେଡି କହିଛି ୨୦୧୪ ମସିହାରେ ଯେତେବେଳେ ବିଜେପି ଇସ୍ତାହାର ପତ୍ର ପ୍ରକାଶ କରିଥିଲା ସେଥିରେ ସେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ପାହ୍ୟା ଦିଆଯିବ ବୋଲି ଉଲ୍ଲେଖ କରିଥଲା ।
ବର୍ତ୍ତମାନ ୫ ବର୍ଷ କେନ୍ଦ୍ରରେ ସରକାର ରହିଲେ ସୁଦ୍ଧା ବିଜେପି ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦେଲା ନାହିଁ । ସେହିପରି ଏଥର ବିଜେପିର ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ମଧ୍ୟ ଦୋହରାଇଲା ନାହିଁ । ବାରମ୍ବାର କେନ୍ଦ୍ରରେ ବିଜେପି ଓଡିଶା ଓ ଓଡିଶା ଜନତାଙ୍କୁ ଭୂଆଁ ବୁଲାଉଛି । ପ୍ରତାରଣା କରୁଛି ବୋଲି ବିଜେଡି ଅଭିଯୋଗ କରୁଛି । ଆହୁରି ମଧ୍ୟ ବିଜେଡି କହିଛି ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରତିଶୃତି ଦେଇ ଓଡିଶାରୁ ଭୋଟ ନେଇଥିଲା । ବର୍ତ୍ତମାନ କିନ୍ତୁ ପ୍ରତିଶୃତି ଭୁଲି ଯାଉଛି ।ସୂଚନାଯୋଗ୍ୟ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ, ଲେଲିନ ମହାନ୍ତି ଏହି ମାମଲା ଦେଇଛନ୍ତି ।