ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଏବଂ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଡାକ୍ତର ଦାମୋଦର ରାଉତଙ୍କର ପତ୍ନୀ ସ୍ନେହଲତା ରାଉତଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
ଦୀର୍ଘଦିନ ହେବ ସ୍ନେହଲତାଙ୍କ ଶରୀର ଅସୁସ୍ଥ ଥିବାରୁ ସେ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାପରେ ତାଙ୍କୁ ସିଟି କେୟାର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଆଜି ସକାଳେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ସ୍ନେହଲତାଙ୍କ ଏବଂ ଡାଃ ଦାମୋଦର ରାଉତଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ । ସ୍ନେହଲତାଙ୍କ ମୃତ୍ୟୁ ହେବା ପରେ ତାଙ୍କ ଝିଅ ପ୍ରିତିନନ୍ଦା ଏନେଇ ସୂଚନା ଦେଇଛନ୍ତି । ଖବର ପାଇ ଅନେକ ରାଜନେତାମାନେ ଦାମୋଦର ରାଉତଙ୍କ ବାସଭବନରେ ପହଁଚିଛନ୍ତି ।
ଡାକ୍ତର ଦାମୋଦର ରାଉତ ପୂର୍ବ ସପ୍ତାହରେ ଭାରତୀୟ ଜନତା ପାର୍ଟିରେ ବିଧିବଧ ଭାବେ ସାମିଲ ହୋଇଥିଲେ । ଏହାପରେ ଗତକାଲି ତାଙ୍କୁ ପାର୍ଟି ପକ୍ଷରୁ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ବିଜେପିର ଏତେ ବଡ ଦାୟିତ୍ୱରେ ରହିଥିବାରୁ ଗୋଟେ ପଟେ ଦାମୋଙ୍କ ପାଇଁ ଖୁୂସିର ଖବର ହୋଇଥିବା ବେଳେ ଅନ୍ୟପଟେ ତାଙ୍କ ବିୟୋଗରେ ଦୁଃଖର ଛାୟା ଖେଳି ଯାଇଛି ।