ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରକୁ ଜୋର ଦାର କରିଛି ବିଜେପି । ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପିର କିିଛି ହେବିେଓଟ ନୋ ପ୍ରଚାରକୁ ସରଗରମ କରିଛନ୍ତି । ନିଜ ନିଜ ନିର୍ବାଚନ ସରିଯାଇଥିବାରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପୁଣି ଓହ୍ଲାଇଛନ୍ତି ମୈଦାନକୁ । ଏହି ଅବସରରେ ଧାମନଗର ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ , ପିଙ୍କିପାତ୍ର, ଖାରବେଳ ସ୍ୱାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ହୋଇଥିବା ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।
ବିଜେପି ପକ୍ଷରୁ କେନ୍ଦ୍ରାପଡାରେ ବିଦୁସ୍ମିତା, ଝିଲିକ ପ୍ରଚାର କରିଥିଲେ ବା ବେଳେ ବଡଚଣାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରଚାର କରିଛନ୍ତି । ବାଲେଶ୍ୱରରେ ପ୍ରତାପଙ୍କ ଅଧିକ ଶକ୍ତିଶାଳୀ କରିବାକୁ ସେଠାରେ ସେ ରୋଡ ସୋ କରିଥିଲେ । ଅନ୍ୟପଟେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ସେ ମୟୁରଭଞ୍ଜରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତିନୋଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବା ବେଳେ ଆଗାମୀ ଚତୁର୍ଥ ପର୍ଯ୍ୟାୟରେ ଜନ ମତ କିଭଳି ଦଳ ସପକ୍ଷରେ ଯିବ ତାକୁ ନେଇ ଦଳୀୟ ନେତୃବୃନ୍ଦ ଏକାଠି ହୋଇଛନ୍ତି ।