ଅନୁଗୋଳ ( ଏଟିଆର ବ୍ୟୁରୋ): ତାଳଚେର ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ବ୍ଲାଷ୍ଟି ହେଉଥିବା ସମୟରେ ମାଟି ଧସେଇ ପଡିବାରୁ ୧୦ ଜଣ ଗୁରୁତର ହୋଇଥିବା ଜଣା ପଡିଛି । ମାଟି ଅତଡା ଖସି ୪ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣା କାଲି ବିଳମ୍ଭିତ ରାତିରେ ହୋଇଥିବା ଜଣା ପଡିଛି । ଆହତମାନଙ୍କୁ ଗୁରୁତର ଅବସ୍ଥାରେ ସେଣ୍ଟ୍ରାଲ ହସ୍ପିଟଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗତକାଲି ମଧ୍ୟ ରାତ୍ରିରେ କୋଇଲା ଖଣିରେ ବ୍ଲାଷ୍ଟି ହେଉଥିଲା । ଏହି ସମୟରେ ଖଣିରେ ୪୦ରୁ ୫୦ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ ।
ଏହି ସମୟରେ ବ୍ଲାଷ୍ଟି ହେବା ସମୟରେ ହଠାତ ମାଟି ଅତଡା ଖସି ପଡିଥିଲା । ଯାହା ଫଳରେ ୫୦ ଶ୍ରମିକଙ୍କ ମଧ୍ୟରୁ ୧୪ ଜଣ ମାଟି ତଳେ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୪ ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ କାର୍ଯ୍ୟରତ ଶ୍ରମିକ ମାନେ ପାଖାପାଖି ୨୦୦ ଫୁଟ ତଳେ କାମ କରୁଥିଲେ ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକେ ଆନ୍ଦୋଳନ କରି ସମ୍ପୂର୍ଣ୍ଣ ରୂପେ କୋଇଲା ଖଣିକୁ ବନ୍ଦ କରିଦେଇଥିବା ଜଣାପଡିଛି । ଅଘଟଣ ପରେ ପେଟ୍ରୋମାକ୍ସ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ହୋଇଥିଲା । ତେବେ ପୂର୍ବରୁ ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି ବେଆଇନ ଭାବେ ଏଠାରେ ଣଣି ଖନନ କରାଯାଉଛି ବୋଲି ।