ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଅନ୍ଧକାର ଭାରି ଭୟଙ୍କର ହୋଇଥାଏ । ଏହାକୁ ପାଖରୁ ଦେଖିବା କେତେ ଯେ କଷ୍ଟ ଯିଏ ପାଖରୁ ଦେଖିଛି ସେ ଜାଣିଛି । ଜନ୍ମରୁ ଅନ୍ଧ ହେବା ଏକ ଅଭିଶାପ ହୋଇଥାଏ । ମାତ୍ର ସୁନ୍ଦର ଦୁନିଆକୁ ଦେଖିବା ପରେ ଅନ୍ଧ ହେବା ଭାରି ଦୁଃଖଦାୟକ । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଭୀମଟାଙ୍କୀ ଅଞ୍ଚଳରେ ।
ଐଶର୍ଯ୍ୟା ନାଁ ଯେମିତି ଦେଖିବାକୁ ବି ସେମିତି ଥିଲା ଏହି ଝିଅ । ବେଶ ହସଖୁସିରେ ବାପ ମାଙ୍କ ସହ ହସି ଖେଳି ବିତୁଥିଲା ସମୟ । କିନ୍ତୁ ଏହି ହସ ଖୁସିର ସଂସାର ଉପରେ କାହାର ନଜର ଲାଗିଯାଇଥିଲା । ସ୍ନାୟୂ ଜନିତ ରୋଗରେ ଆକ୍ରାନ୍ତ ହୋଇପଡିଥିଲେ ଐଶର୍ଯ୍ୟା । ଯାହାଦ୍ୱାରା କି ସେ ଚାଲିବା ପାଇଁ ଅକ୍ଷମ ହୋଇପଡିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମହାନତା ଦେଖାଇ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରେଇଥିଲେ । କିନ୍ତୁ ଏହା ଫ୍ରି ଟ୍ରିଟମେଣ୍ଟ ହୋଇଥିବାରୁ ମାତ୍ର ଦେଢ଼ ବର୍ଷ ପରେ ଶେଷ ହୋଇଯାଇଥିଲା । ତେବେଏହି ଟ୍ରିଟମେଣ୍ଟରେ ଐଶର୍ଯ୍ୟା ଚାଲିପାରିଥିଲେ ସତ କିନ୍ତୁ ନିଜର ଦୃଷ୍ଟି ଶକ୍ତି ହରାଇ ବସିଥିଲେ ।
ନିଜର ସଜେଇ ହେବା ବୟସରେ ନିଜର ଦୃଷ୍ଟି ଶକ୍ତି ହରାଇବା ଭାରି କଷ୍ଟଦାୟକ । ଏଣୁ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ନିଜର କୋହଭରା କଣ୍ଠରେ କାନ୍ଦି କାନ୍ଦି ଆବେଦନ କରିଛନ୍ତି କି ଯଦି ସରକାର କିଛି ଅନୁଦାନ କିମ୍ବା ପୁଣି ଥରେ ଫ୍ରି ଟ୍ରିଟମେଣ୍ଟର ସୁବିଧା କରନ୍ତେ ତେବେ ମୁଁ ପୁଣିଥରେ ଦୁନିଆକୁ ଦେଖିବାର ସୈାଭାଗ୍ୟ ପାଆନ୍ତି । ଏବଂ ନିଜ ସାଙ୍ଗ ସାଥୀଙ୍କ ସହ ଖେଳାବୁଲା କରିବାର ସୁଯୋଗ ପାଆନ୍ତି ।