ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବିଏମସି ପକ୍ଷରୁ ପାର୍କ ଖୋଲିବାର ସମୟକୁ ବଦଳି କରାଯାଇଛି । ଏଣିକି ସକାଳ ୫ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ପାର୍କ ଖୋଲାଯିବ । ସକାଳ ୫ଟାରୁ ୭ ଟା ପର୍ଯ୍ୟନ୍ତ ୬୦ ବର୍ଷରୁ ଉର୍ଦ୍ଧ ଲୋକ ମାନଙ୍କୁ ପାର୍କ ଭିତରକୁ ଯିବା ପାଇଁ ଅନୁମତି ମିଳିଛି । ଏହି ସମୟରେ ଅନ୍ୟ କୌଣସି ଲୋକ ପାର୍କ ଭିତରକୁ ଯାଇପାରିବେନି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଗାଉଡ ଲାଇନକୁ ନଜରରେ ରଖି ବିଏମସି ପକ୍ଷରୁ ଶନିବାର ଓ ରବିବାର ପାର୍କକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ନିଷ୍ପତି ନିଆଯାଇଛି ।
ସୂଚନାଯୋଗ୍ୟ ରାଜ୍ୟରେ କରୋନା ମହାମାରୀ ବ୍ୟାପିବା ଦିନଠାରୁ ଜନଗହଳି ପୂର୍ଣ୍ଣ ଜାଗା ଗୁଡିକ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଥିଲା । ତେବେ ଧିରେ ଧିରେ ସ୍ଥିତି ସୁଧୁରିବା ପରେ ନିକଟରେ ବିଏମସି ପକ୍ଷରୁ କିଛି ପାର୍କ ଖୋଲା ଯାଇଥିଲା । ସକାଳ ୭ଟାରୁ ୧୦ ଟା ଓ ଅପରାହ୍ନ ୪ଟାରୁ ୬ ଟା ପର୍ଯ୍ୟନ୍ତ ପାର୍କ ଖୋଲାଯାଉଥିଲା । ଏହି ସମୟରେ ସବୁ ବର୍ଗର ଲୋକ ମାନେ ପାର୍କ ଯାଇ ପାରୁଥିଲେ । ତେବେ ସୁରକ୍ଷାକୁ ନଜରରେ ରଖି ବିଏମସି ପକ୍ଷରୁ ଏହାକୁ ବଦଳି କରାଯାଇଛି ।