ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ବିଏମସି ରାଜସ୍ୱ ଆଦାୟର ଏକ ଟାର୍ଗେଟ ସେଟ କରିଥିଲା । ବିଏମସି ଏବର୍ଷ ୧୫୦ କୋଟି ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛି । ମାତ୍ର ବର୍ଷ ସରିବାକୁ ଆସିଲାଣି ।
ଏପର୍ଯ୍ୟନ୍ତ ବିଏମସି ମାତ୍ର ୬୦କୋଟି ଟଙ୍କା ରାଜସ୍ୱ ଆଦାୟ କରିପାରିଛି । ହାତରେ ସମୟ ଦେଢ ମାସରୁ ବି କମ୍ । ଏହି ଅଳ୍ପ ସମୟ ମଧ୍ୟରେ ବିଏମସି କିପରି ବାକି ୯୦କୋଟିର ରାଜସ୍ୱ ଆଦାୟ କରିବ ସେନେଇ ବିଏମସି ଆଗରେ ଏବେ ବଡ ଚ୍ୟାଲେଞ୍ଜ ଠିଆ ହୋଇଛି ।
୨୦୧୭-୧୮ ମସିହାରେ ବିଏମସି ୧୩୫କୋଟି ଟଙ୍କା ରାଜସ୍ୱ ଆଦାୟ କରି ରେକର୍ଡ କରିଥିଲା । ଏଥିପାଇଁ ୨୦୧୮-୧୯ରେ ୧୫୦କୋଟିର ରାଜସ୍ୱ ଆଦାୟ କରିବା ପାଇଁ ବିଏମସି ଟାର୍ଗେଟ ରଖିଥିଲା ମାତ୍ର ୧୦୧କୋଟି ଟଙ୍କା ରାଜସ୍ୱ ଆଦାୟ କରିପାରିଥିଲା । ଏବର୍ଷ ଗତବର୍ଷ ଠାରୁ ୩୪କୋଟି ଟଙ୍କା କମ ରାଜସ୍ୱ ଆଦାୟ କରାଯାଇପାରିବ ବୋଲି ଅନୁମାନ କରାଯାଉଛି ।
ରାଜସ୍ୱ ଆଦାୟ କମିବାର ଆଗୁଆ ସୂଚନା ମିଳିବାରୁ ଏବେଠାରୁ ବିଏମସି କର୍ତ୍ତୁପକ୍ଷ ବାହାନା ସଜାଡିବାରେ ବ୍ୟସ୍ତ । ବାତ୍ୟା ଫନିକୁ ଏବର୍ଷ ରାଜସ୍ୱ କମିବାର କାରଣ ଦର୍ଶାଇବାକୁ ବିଏମସିର ଅଧିକାରୀ ମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି ।