ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱରରେ ସିଲ୍ ହେଲା ସିଲିକନ ଶିକ୍ଷାନୁଷ୍ଠାନ । କୋଭିଡ କଟକଣା ମଧ୍ୟରେ କଲେଜ ମାନଙ୍କରେ ପାଠପଢା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କିଛି ଶିକ୍ଷାନୁଷ୍ଠାନମାନେ ଏହି ନିୟମକୁ ଉଲ୍ଲଂଘନ କରୁଥିବାରୁ କ୍ୟାମ୍ପସମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗୁଛି । କୋଭିଡ କଟକଣା ଉଲ୍ଲଘଂନ ଅଭିଯୋଗରେ ବିଏମସି ପକ୍ଷରୁ ସିଲ କରାଯାଇଛି ।
ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ ସିଲିକନ ଇନଷ୍ଟିଚ୍ୟୁଟ । ପ୍ରାଥମିକ ପର୍ଯ୍ୟାୟରେ ଆଜିଠୁ ୭ ଦିନ ପାଇଁ ଇନସିଷ୍ଟିଚ୍ୟୁଟକୁ ସିଲ କରାଯାଇଛି । ଆସନ୍ତାକାଲି ଠାରୁ କଲେଜରେ ଛାତ୍ରଛାତୀମାନଙ୍କର କୋଭିଡ ଟେଷ୍ଟ କରାଯିବ । କ୍ଲାସ ରୁମ ଭିତରେ କୋଭିଡ ନିୟମକୁ ଠିକ୍ ଭାବେ ପାଳନ କରାଯାଉ ନଥିବାରୁ ଏହାକୁ ସିଲ କରାଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।