ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜ୍ୟର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟରେ ରଖି ବି.ଏମ୍.ସି ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି ।
ଭୁବନେଶ୍ୱର ସାଲିଆ ସାହିରେ ଲୋକେ ଡେଙ୍ଗୁ ଜ୍ୱରରେ ଆତଙ୍କିତ ନହେବା ପାଇଁ ବି.ଏମ୍. ସି ପକ୍ଷରୁ ମେସିନ୍ ଦ୍ୱାରା ଚାରିଆଡେ ଧୂଆଁ ଦିଆଯାଉଛି । ଲଗାଣ ବର୍ଷା ଯୋଗୁଁ ରାସ୍ତା ଘାଟ ସମେତ ଖାଲୁଆ ଅଞ୍ଚଳରେ ପାଣି ଜମି ରହିଛି । ଫଳରେ ଡେଙ୍ଗୁ ମସା ଜନ୍ମ ନେଉଛନ୍ତି । ସେଥିପାଇଁ ବି.ଏମ୍.ସି ଦ୍ୱାରା ଏହି ନୂତନ ପ୍ରୟାସ ଆରମ୍ଭ କରାଯାଇଛି ।