ଜଗତସିଂହପୁର (ଏଟିଆର ବ୍ୟୁରୋ): ଜଗତସିଂହପୁରରୁ ଶାରଳାଙ୍କ ପୀଠକୁ ଯାଉଥିବା ଗରୁଡ ବସ ଆଜି ସଅଁରା ଛକ ନିକଟରେ ଭାରସ୍ୟାମ ହରାଇ ବିଲକୁ ଓଲଟି ପଡିଛି । ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପ୍ରତିଦିନ ଭଳି ଆଜି ମଧ୍ୟ ବସଟି ଜଗତସିଂହପୁରରୁ ଯାତ୍ରୀ ନେଇ ଶାରଳାଙ୍କ ନିକଟକୁ ଯାଉଥିବା ସମୟରେ ସଅଁରା ଗ୍ରାମପଞ୍ଚାୟତ ଅଫିସ ନିକଟରେ ହଠାତ ବସଟିର ଆଗ ଚକା ଫାଟି ଯାଇଥିଲା ।
ଯାହା ଫଳରେ ବସଟି ଭାରେସ୍ୟାମ ହରାଇ ବିଲ ଭିତରକୁ ଓଲଟି ପଡିଥିଲା । ଦୁର୍ଘଟଣା ସମୟରେ ବସରେ ୪୦ ରୁ ଅଧିକ ଯାତ୍ରୀ ରହିଥିଲେ । ସେଥିମଧ୍ୟରୁ ୧୦ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଜଗତସିଂହପୁର ଜିଲ୍ଲା ସଦର ମହକୁମା ଡାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥାନୀୟ ଗ୍ରାମବାସୀ ଆହତ ମାନଙ୍କୁ ଉଦ୍ଧାର କରିଥିଲେ ।