ନୟାଗଡ (ଏଟିଆର ବ୍ୟୁରୋ); ଟ୍ରକକୁ ପଛପଟୁ ପିଟିଲା ବସ୍ । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ଜଣା ପଡିଛି । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ । କିନ୍ତୁ ମୃତକ ଜଣକ ଟ୍ରକ ଡ୍ରାଇଭର ବୋଲି ଜଣା ପଡିଛି । ତେବେ ଏଭଳି ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି ନୟାଗଡ ଜିଲ୍ଳା ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମ ନିକଟରେ । ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ପୋଲିସ ପହଁନ୍ତି ମୃତ ଦେହକୁ ଉଦ୍ଧାର କରିଛନ୍ତି ।
ପୋଲିସ ରିପୋର୍ଟ ଅନୁଯାୟୀ ଶନିବାର ବିଳମ୍ବିତ ରାତି ୩.୩୦ ସମୟରେ ମିନିଟ୍ ସମୟରେ ଘରୋଇ ଯାତ୍ରୀବାହୀ ବସ୍ ମାଣିକେଶ୍ୱରୀ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିବା ସମୟରେ ସେହି ରାସ୍ତାରେ ବିଲାତିବାଇଗଣ ଓ ଶିମଳା ଲଙ୍କା ନେଇ ଆସୁଥିବା ଗୋଟାଏ ଆଇସର୍ ଟ୍ରକ୍ ତା’ ପଛରେ ଧକ୍କା ଖାଇଥିଲା। ଧକ୍କାର ପ୍ରଭାବରେ ଟ୍ରକ୍ର ସାମନା ପଟ କ୍ଷତିଗ୍ରସ୍ତ ହେବା ସହ ଡ୍ରାଇଭର୍ ଚାପି ହୋଇ ମରି ଯାଇଛି ।
ଏହି ଦୁର୍ଘଟଣା ଘଟିବା ପରେ ଦମକଳ ବାହିନୀ ଏବଂ ପୋଲିସକୁ କବର ଦେଇଥିଲେ ଯାତ୍ରୀ । ପୋଲିସ ଆସିବା ପରେ ମୃତ ଦେହକୁ ଉଦ୍ଧାର କରିବା ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ବସରେ ବସିଥିବା ଯାତ୍ରୀଙ୍କର କୈାଣସି କ୍ଷତି ହୋଇନାହିଁ । ମାତ୍ର ରାତି ଅଧରେ ଦୁର୍ଘଟଣା ଘଟିଥିବାରୁ ବସ ନପାଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାତ୍ରୀମାନେ ଚାଲି ଚାଲି ସୁବଳୟା ଛକ ନିକଟରେ ଅଲଗା ବସକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।