ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଦିନେ କି’ ଦୁଇଦିନ ନୁହେଁ ପୂରା ୫ଦିନ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତା ୨୬ରୁୁ ୩୦ ଯାଏଁ ସମସ୍ତ ବ୍ୟାଙ୍କ ବନ୍ଦ ରହିବା ନେଇ ସୂଚନା ମିଳିଛି । ଏହି ସମୟ ଭିତରେ ଆପଣ ବ୍ୟାଙ୍କ୍ରେ ନା’ ଟଙ୍କା ଡିପୋଜିଟ କରିପାରିବେ ନା’ ଉଠାଇ ପାରିବେ । ସେପଟେ ଲଗାତାର ୫ଦିନ ବ୍ୟାଙ୍କ ବନ୍ଦ ରହିବା ଯୋଗୁ ଏଟିଏମ ସେବା ବି ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ବ୍ୟାଙ୍କ୍ ବନ୍ଦ ହେବା ପୂର୍ବରୁ ଆପଣ ବ୍ୟାଙ୍କରେ ଥିବା ଜରୁରୀ କାମ ସବୁ ସାରି ଦିଅନ୍ତୁ ।
କାହିଁକି ବନ୍ଦ ରହିବ ବ୍ୟାଙ୍କ?
() ୨୬ ଓ ୨୭ରେ ବାଣିଜ୍ୟିକ ସଂଘ ଜାତୀୟ ସ୍ତରୀୟ ବନ୍ଦ ଡାକରା ଦେଇଛି
()୨୮ ତାରିଖ ମାସର ଚତୁର୍ଥ ଶନିବାର
() ୨୯ ତାରିଖ ରବିବାର
() ୩୦ ତାରିଖ ପଡୁଛି ହାପ ଇୟରଲିଂ କ୍ଲୋଜିଂ
ତେଣୁ ୧ ତାରିଖରୁ ବ୍ୟାଙ୍କ୍ ସେବା ପୁଣି ଥରେ ସ୍ୱାଭାବିକ ହେବ ।