ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଭୁବନେଶ୍ୱର ଓଭର ବ୍ରିଜ ଉପରେ ଜଳିଗଲା କାର । ଅଳ୍ପକେ ବର୍ତ୍ତିଲେ କାରରେ ବସିଥିବା ୩ ଜଣ ଯାତ୍ରୀ । ତେବେ ଗାଡିରେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ । ଖବର ପାି ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁ କୁ ଆୟତ କରିଛନ୍ତି ।
କାରଟି ଚଳନ୍ତା ଅବସ୍ଥାରେ ଥିବା ବେଳେ ହଠାତ୍ ଇଞ୍ଜିନରେ ନିଆ ଲାଗିଯାଇଥିଲା ।ନିଆଁ ଲାଗିବା ଦେଖି କାରରେ ବସିଥିବା ଯାତ୍ରୀ ବାହାରକୁ ଚାଲିଆସିଥିଲେ । ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପରେ ରାସ୍ତାରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ।