ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ କରିଛି । କିଛି ଦିନର ବ୍ୟବଧାନ ପରେ ସିସୋର ଚିଟଫଣ୍ଡ କାରବାର ମାମଲାକୁ ନେଇ ସିବିଆଇ ଆଜି ବିଧାୟକଙ୍କ ଘରେ ଚଢାଉ କରିଛି । ବିଧାୟକ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ୟୁନିଟ ୧ ସରକାରୀ ବାସଭବନରେ ରେଡ କରିଥିବା ସୂଚନା ମିଳିଛି ।
ଦେବୀ ମିଶ୍ରଙ୍କ ଏକ ନମ୍ବର ସ୍ଥିତ ସରକାରୀ ବାସଭବନରେ ବ୍ୟତିତ, ଆଠଗଡ ସ୍ଥିତ ନିଜସ୍ବ ଘର ଏବଂ ପଟିଆରେ ଥିବା ତାଙ୍କ ଭାଇଙ୍କ ଘରେ ରେଡ୍ ଜାରି ରହିଛି । ସିବିଆଇର ୭ଜଣିଆ ଟିମ୍ ପକ୍ଷରୁ ଛାନବିନ ଜାରି ରହିଛି । ସି-ସୋର ସମେତ ଅନେକ ଚିଟଫଣ୍ଡ ଲିଙ୍କ ମାମଲାରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସି-ସୋର ଗ୍ରୁପ ପ୍ରାୟ ୫୦୦କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି ।
ଯାହାର ତଦନ୍ତ ୨୦୧୪ ମସିହାରୁ ଏହି ଠକେଇ ମାମଲାରେ ତଦନ୍ତ କରୁଛି ସିବିଆଇ । ଏ ବାବଦରେ ବିଧାୟକ କହିଛନ୍ତି, ସିସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସଂପର୍କରେ ପଚାରିଲେ । ୨୦୧୩ରୁ ସିବିଆଇ ତଦନ୍ତ କରୁଛି । ମୋତେ ବି ପୂର୍ବରୁ ପଚାରିଥିଲେ । ଯେହେତୁ ମୁଁ ପର୍ଯ୍ୟଟନମ ମନ୍ତ୍ରୀ ଥିଲି, ସେ ସଂପର୍କରେ ପଚାରିଲେ । ମନ୍ତ୍ରୀ ଭାବେ ମୋର ତ ନିଜସ୍ୱ ନିଷ୍ପତ୍ତି ନଥିଲା, ସବୁ ସରକାରୀ ନିଷ୍ପତ୍ତି ଥିଲା । ମୋତେ ଡକ୍ୟୁମେଣ୍ଟ ମାଗିଲେ । ତେବେ ସିବଆଇ ରେଡ କରିନଥିଲେ ବରଂ କାଗଜପତ୍ର ବିଷୟରେ ପଚାରିଥିଲେ ବୋଲି ବିଧାୟକ ଦେବୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ବିଧାୟକ ଦେବୀ ମିଶ୍ରରଙ୍କ ଘରେ ସିବିଆଇର ରେଡ
Tags #AtrNews #Odisha