ଭୁବନେଶ୍ୱର (ଏଟିଆର ବ୍ୟୁରୋ):ନୟାଗଡ଼ ପରୀ ମୃତ୍ୟୁ ମାମଲାର ଏବେ ହେବ ଏସଆଇଟି ତଦନ୍ତ । ଏ ନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ମୋ ସରକାର କେବେ ବି ଆଇନଶୃଙ୍ଖଳା ଭଙ୍ଗ ହେବାକୁ ଦେଇ ନାହିଁ । ଘଟଣାର ତଦନ୍ତ ପାଇଁ ନୟାଗଡ଼ରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ।
ଆଜି ବିଧାନସଭାରେ ପୁଣି ପରୀ ମୃତ୍ୟୁୁ କୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟାଗାଳ ଦେଖିବାକୁ ମିଳିଥିଲା । ବିଧାନସଭା ଗୃହରେ ବ୍ୟାନର ଦେଖାଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଗୃହ ମଧ୍ୟ ଭାଗକୁ ଆସି ବିଜେପି , କଂଗ୍ରେସ ସଦସ୍ୟମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ।ସେମାନେ ଏସଆଇଟି ତଦନ୍ତ କରିବା ଲାଗ ଦାବି ବି ଉଠାଇଥିଲେ ।
ପରୀ କୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିଜେପି । ପ୍ରବଳ ହଟ୍ଟଗୋଳ ଯୋଗୁଁ ଆରମ୍ଭରୁ ଗୃହ ପରିଚାଳନା ବ୍ୟାହତ ହୋଇଥିବା ବେଳେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ମନ୍ତ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଲୋୟର ପିଏମଜିରେ ରାଲି କରାଯାଇଛି। ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଲା ବେଳେ ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କଲା ପୋଲିସ ।