ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ମୌସୁମୀ ବାୟୁ ଯିବା ପାଖାପାଖି ୨ ସପ୍ତାହ ହେଲାଣି । ଏବେ ଶୀତ ଅନୁଭୂତ ହୋଇନାହିଁ । ତେବେ ପାଣିପାଗ ବିଭାଗ ଆକଳନ ଅନୁସାରେ ନଭେମ୍ବର ମାସରେ ରାଜ୍ୟରେ ଶୀତ ଅନୁଭୂତ ହେବ । ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଜଣା ପଡିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁସାରେ ନଭେମ୍ବର ୧ରୁ ଭୁବନେଶ୍ବର ସମେତ ଉପକୂଳ ଓ ଉତ୍ତର ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରି କମିବ।
ତେବେ ଆସନ୍ତା ୩୦ ତାରିଖରେ କେତେକ ସ୍ଥାନରେ ପାଗ ମେଘୁଆ ରହିବ । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରଠାରୁ ଶ୍ରୀଲଙ୍କା ଉପକୂଳ ପର୍ୟ୍ୟନ୍ତ ଏକ ଟ୍ରପ୍ ଲାଇନ୍ ରହିଥିବାରୁ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେଲେ ହେଁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ସୂଚନାଯୋଗ୍ୟ ଏବର୍ଷ ଡେରିରେ ମୌସୁମୀ ବାୟୁ ପ୍ରଭାହିତ ହୋଇଥିଲେ ମଧ୍ୟ ରାଜ୍ୟରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହୋଇଛି ।