ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଦୁଇ ଦିନ ପର୍ଯ୍ୟନ୍ତ ଏଫଆରଏଫ ଅଲମ୍ପିକ ଯୋଗ୍ୟତା କ୍ୱାଲିଫାୟର ନିମନ୍ତେ ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି ।ଏଠାରେ ଭାରତ ପୁରୁଷ ହକି ଦଳ ରୁଷିଆ ଦଳ ସହ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଭାରତୀୟ ମହିଳା ଦଳ ୟୁଏସଏର ମହିଳା ଦଳ ସହ ପ୍ରତିଦ୍ୱନ୍ଦିତା କରିବେ । ଏହି ମ୍ୟାଚକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଆସିବେ ।
ଏଥିପାଇଁ ଭୁବନେଶ୍ୱରର ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରିବା ସହ କିଛିଟା ପରିବର୍ତ୍ତନ ମଧ୍ୟ କରାଯାଛି । କେଉଁ ରୁଟରେ ଗାଡି ଚଳାଚଳ କରିବ ତାହା ଉପରେ ଏକ ବ୍ଲୁପ୍ରିଣ୍ଟ ତିଆରି କରାଯାଇଛି କମିଶନରେଟ ପୋଲିସ ପକ୍ଷରୁ । ଟ୍ରାଫିକ ବ୍ୟବସ୍ଥା କଟକଣା ଅନୁଯାଇ ଜୟଦେବ ବିହାର ଠାରୁ ଶାସ୍ତ୍ରୀନଗର ରାସ୍ତାରେ ଅନଧିକୃତ ଯାନବାହାନ ଯାତାୟତ କରିପାରିବନାହିଁ । ସେହିପରି ୧୨୦ ବାଟାଲିଅନ ଆଡରୁ ଆସୁଥିବା ଗାଡିଗୁଡିକୁ ଶାସ୍ତ୍ରୀନଗରରୁ ସଚିବାଳୟ ମାର୍ଗ ଯାଇପାରିବେ । ଷ୍ଟାଡିୟମ ଆଡୁ ଆସୁଥିବା ଗାଡିଗୁଡିକୁ ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଯିବେ । କିନ୍ତୁ ବାଣୀବିହାର ପଟରୁ ଆସୁଥିବା ଗାଡିଗୁଡିକୁ କଳିଙ୍ଗ ଷ୍ଟାଡିୟମ ପଟକୁ ଛଡାଯିବନାହିଁ । ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଦର୍ଶକମାନେ ୩ ନମ୍ବର ଗେଟ ଦେଇ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ ଓ ସ୍ଲାଇଡିଂ ଗେଟ ଇ ବ୍ୟବହାର କରି ଗାଡ଼ି ପାର୍କି କରିବେ । ଏଜି କଲୋନୀ ଆଡୁ ଆସୁଥିବା ଦର୍ଶକ ଫୁଟ ଓଭରବ୍ରିଜ ଦେଇ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ ।