ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ଦିନ ମୋତିଲାଲ ଭୋରାଙ୍କ ଦେହ ଅସୁସ୍ଥତା କାରଣରୁ ତାଙ୍କୁ ଏସ୍କଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୯୩ ତମ ଜନ୍ମଦିନ ପାଳନ କରିବାର ଗୋଟେ ଦିନ ପରେ ତାଙ୍କର ଦେହାନ୍ତ ହୋଇଯାଇଛି ।
ମୋତିଲାଲ ଅକ୍ଟୋବରେ କୋଭିଡ୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ସେ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଓ ପରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କାରିବାରୁ ତାଙ୍କୁ ଏସକର୍ଟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
୧୯୮୮ ଫେବୃଆରୀ ୧୪ ରେ ମୋତିଲାଲ ସ୍ୱାସ୍ଥ୍ୟ , ପରିବାର କଲ୍ୟାଣ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ । ଗତ ଦୁଇ ମାସ ପରେ ତରୁଣ ଗୋଗୋଇ ଓ ଅହମ୍ମଦ ପଟେଲଙ୍କ ପରେ ମୋତିଲାଲ ଭୋରା ହେଉଛନ୍ତି କଂଗ୍ରେସର ତୃତୀୟ ବରିଷ୍ଠ ନେତା ଯାହାଙ୍କର ପରଲୋକ ଘଟିଛି ।
ତାଙ୍କ ବିୟୋଗରେ କଂଗ୍ରେସର ପୁର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ,ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ , ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମୋତିଲାଲ ଭୋରାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।