ପୁରୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ କରୋନା ତାର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ଯୁଆଡେ ଦେଖିବ ଏବେ ସିଆଡେ କରୋନାକୁ ନେଇ ସଚେତନତା । ତେବେ କରୋନାକୁ ନେଇ ଏବେ ପୁରୀରେ କଟକଣା ଜାରି ହୋଇଛି । ପୁରୀ ବେଳା ଭୂମିରେ ଏବେ କରୋନା ପ୍ରଭାବରୁ ଖାଁ ଖାଁ ହୋଇ ପଡିଛି । ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଚିହ୍ନଟ ହେବା ପରେ ଏବେ ରାଜ୍ୟରେ କଟକଣା କଡାକଡି କରାଯାଇଛି । ସମସ୍ତ ଜନ ଗହଳିପୂର୍ଣ୍ଣ ସ୍ଥାନରେ କଟକଣା କଡାକଡି କରାଯାଉଥିବାର ଦେଖିବାକୁ ମିଳିଛି ।
ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ସମସ୍ତ ସ୍କୁଲ କଲେଜ, ସୁଇମିଙ୍ଗପୁଲ, ଜିମ , ସିନେମା ହଲ ଓ ଯାତ୍ରାକୁ ମଧ୍ୟ ବନ୍ଦ ରଖାଯାଇଛି । ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କୁ ହୋଟେଲ ଭିତରେ ରହିବାକୁ ନିର୍ଦେଶ ରହିଛି । ଅତିଆବଶ୍ୟକ ନଥିଲେ ବାହାରକୁ ଆସିବାକୁ ବାରଣ କରାଯାଇଛି । ଅନ୍ୟପଟେ ମନ୍ଦିରରେ ମଧ୍ୟ ମାସ୍କ ପିନ୍ଧି ପୂଜାର୍ଚ୍ଚନା କରିବାକୁ ସେବାୟତଙ୍କୁ ନିର୍ଦେଶ ଦିଆଯାଇଛି ।