ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗଞ୍ଜାମ ପରେ ଏବେ ରାଜ୍ୟ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କଟକ ଭୁବନେଶ୍ୱର । କାରଣ ଏବେ ଦିନକୁ ଦିନ କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି କଟକରେ ଗୋଟିଏ ଦିନରେ ନୂତନ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ୧୧୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସବୁଠାରୁ ବଡ କଥା ହେଲା ଓଡିଶାରେ ଏବେ ଲୋକାଲ କେସ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ କରୋନା ସଂକ୍ରମିତ ସଂଖ୍ୟା ବଢୁଛି । ମାତ୍ର ଗୁରୁତବପୂର୍ଣ୍ଣ ବିଷୟ ହେଲା, ଏହି ୨ ଜିଲ୍ଲାରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରୁ ଲୋକମାନେ ଆସି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଅଧିକାଂଶ ଲୋକ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ହୋଇଥିବାରୁ, ସାପ୍ତାହିକ ଯାଆସ ମଧ୍ୟ କରିଥାନ୍ତି ।
ତେଣୁ ଆଗକୁ କଟକ ଭୁବନେଶ୍ୱରରେ ଯେ ପରିସ୍ଥିତି ଅସମ୍ଭାଳ ନହେବ ତାହାକୁ ଏଡାଇ ଦିଆଯାଇ ନପାରେ । ସୂଚନାଯୋଗ୍ୟ ଆଜି ସୁଦ୍ଧା ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୦୧୩ ରେ ପହଞ୍ଚିଛି । ୨୪ ଘଣ୍ଟା ମଧ୍ୟରେ ୧୩୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।