ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ଦେଶରେ ଆଜି ଲକ ଡାଉନରେ ରହିଛି । ପୁରା ପୁଲିସ ପ୍ରଶାସନ ଓ ବିଭିନ୍ନ ଜରୁରୀସେବା ଯୋଗାଉଥିବା କର୍ମଚାରୀ ଦିନ ରାତି ୧ କରି ଲୋକଙ୍କ ସେବାରେ ଲାଗିଛି । ଉଦେଶ୍ୟ କେବଳ ଗୋଟିଏ ଆମ ସମସ୍ତଙ୍କ ଜୀବନ ଦେଶ ପାଇଁ ମୂଲ୍ୟବାନ । ଯେଉଁଥିପାଇଁ ଏତେବଡ ପଦକ୍ଷେପ ନିଆଯାଇଛି । ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦ ଛୁଇଁବାକୁ ବସିଲାଣି । ସେହିଭଳି ମୃତ୍ୟୁ ସଂଖ୍ୟା ୧୧ ହେଲାଣି । ତଥାପି କିଛି ଲୋକଙ୍କ ଚେତା ପଶୁନି । ସୁବିଧା ସୁଯୋଗର ଫାଇଦା ଉଠାଇ କିଛି ଲୋକ ଏବେ ରାସ୍ତାରେ ବିନା କାରଣରେ ଟହଲ ମାରୁଥିବା ଦେଖିବାକୁ ମିଳିଛି ।
ଯାହାର କିଛି ଦୃଶ୍ୟ ମଧ୍ୟ ଗଣମାଧ୍ୟମ କ୍ୟାମେରା ଲେନ୍ସରେ କଏଦ ହୋଇଛି । ତେବେ ରାଜଧାନୀରେ ଏମିତି କିଛି ନିୟମ ଭାଙ୍ଗୁଥିବା ଲୋକଙ୍କୁ ସାବାଡ କରିଛି ପୋଲିସ । କାହାକୁ ପୋଲିସ ରାସ୍ତାରେ ଅଟକାଇ ବସ ଉଠ କରିଛି ତ ଆଉ କାହାକୁ ହାତରେ ସଚେତନତା ଫର୍ଦ୍ଦ ଧରାଇ ଠିଆ କରିଛି । ଏମିତିକି କେତେକ ସ୍ଥାନରେ ପୋଲିସ ଫାଇନ ମଧ୍ୟ କାଟିଛି । ନିଜର ସାମନ୍ୟ ଖୁସୀ ପାଇଁ କିଛି ଅସାମାଜିକ ଲୋକ ଏବେ ବିନା କାରଣରେ ଦେଶକୁ ବିପଦରେ ପକାଉଛନ୍ତି ।