ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ପୁଣି ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟରେ କେବଳ ଜଣେ ପଜିଟିଭ ବଢିଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ ଗତକାଲି ଗୋଟିଏ ଦିନରେ ୭ ଜଣ ପଜିଟିଭ ଚିହ୍ନଟ ହେବା ପରେ ସଂଖ୍ୟା ୧୧୮ ରେ ପହଞ୍ଚି ଥିଲା ଯାହା ଏବେ ପୁଣି ୧୧୯କୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା । ଭୁବନେଶ୍ୱରରେ ପୂର୍ବରୁ ୪୬ ଜଣ ପଜିଟିଭ ଥିବା ବେଳେ ଏବେ ଆଉ ଜଣେ ପଜିଟିଭ ଚିହ୍ନଟ ହେବା ପରେ ୪୭ ରେ ପହଞ୍ଚିଛି ।ରାଜ୍ୟରେ ୮୦ ଜଣ ସକ୍ରିୟ ହୋଇଥିବା ବେଳେ ୩୮ ଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି ।