ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ରାଜ୍ୟର କୋଣ ଅନୁକୋଣରେ ଚିଟ୍ ଫଣ୍ଡ ସଂସ୍ଥା କ୍ଷତିଗ୍ରସ୍ତ ଅଛନ୍ତି । ବହୁ ବର୍ଷ ହେବ ଏମାନଙ୍କୁ କ୍ଷତିପୂରଣ ମିଳିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ମାନଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟା କେବେ ଶେଷ ହେବ ଓ କ୍ଷତିଗ୍ରସ୍ତ ମାନଙ୍କୁ କେବେ ଟଙ୍କା ମିଳିବ ତାହା ଜଣାନାହିଁ । ତେବେ ଏହା ମଧ୍ୟରେ ସ୍ୱତନ୍ତ୍ର ଚିଟ୍ ଫଣ୍ଡ କୋର୍ଟ ଚିଟ ଫଣ୍ଡ ସଂସ୍ଥାର ସଂମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ପତ୍ତିକୁ ବିକ୍ରି କରି ଯେଉଁ ଅର୍ଥ ଆସିବ ତାହାକୁ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି ।
ସ୍ୱତନ୍ତ୍ର ଚିଟ୍ ଫଣ୍ଡ କୋର୍ଟ ଚିଟ୍ ଫଣ୍ଡ ସଂସ୍ଥା ତାରିଣୀ ଇଷ୍ଟକନ୍ ପ୍ରା. ଲିଃର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦେଇଛନ୍ତି । କଟକ ଉପକଣ୍ଠରେ ଥିବା ଏହି ସଂସ୍ଥାର ୪୨ ଏକରରେ ଥିବା ଜମି, ସଂସ୍ଥାର ଦାମୀ ଗାଡି, ବ୍ୟାଙ୍କରେ ଥିବ ୫୧ ଲକ୍ଷ ୫୭ ହଜାର ଟଙ୍କାକୁ ବାଜ୍ୟାପ୍ତି କରିବାକୁ କୁହାଯାଇଛି । ଏହି ସମ୍ପତ୍ତିକୁ ବିକ୍ରି କରାଯାଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।