ଭଞ୍ଜନଗର ( ଭବାନୀ ପାଳ ) – ରାଜ୍ୟରେ ଏବେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି | ଏଭଳି ପରିସ୍ଥିତିରେ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି |ବର୍ତମାନ ଜୁଲାଇ ମାସ ଚ୍ୟାଲେଞ୍ଜ ହୋଇଯହିବା ବେଳେ ସମସ୍ତଙ୍କ ସହଯୋଗ ରହିଲେ ଗଂଜାମ କରୋନା ମୁକ୍ତ ହୋଇପାରିବ ବୋଲି କହିଛନ୍ତି |ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭଞ୍ଜନଗର ବ୍ଲକ ଗସ୍ତ କରି ନିର୍ବାଚନ ଜନ ପ୍ରତିନିଧି ଓ ପଦାଧିକାରୀଙ୍କ ସହ କରୋନା ସମ୍ପର୍କିତ ଆଲୋଚନା କରିଛନ୍ତି |
ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବ୍ଲକ ପରିସରରେ ସମସ୍ତ ଜନପ୍ରତିନିଧି ମାନଙ୍କୁ ସକ୍ରିୟ ରହିବା ସହ ବିଭିନ୍ନ ପଦକ୍ଷେପ ନେବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ | ସଂକ୍ରମଣ ଶୃଙ୍ଖଳାକୁ ରୋକିବା ଲାଗି ପ୍ରତି ଗ୍ରାମ ପଞ୍ଚାୟତରେ କୋଭିଡ ମନିଟର ଗଠନ କରାଯିବ |ଏହି ଟିମ କାହା ପାଖେ ଲକ୍ଷଣ ଦେଖାଗଲେ ତୁରନ୍ତ ସରପଞ୍ଚଙ୍କୁ ଅବଗତ କରାଇବେ | ସେମାନଙ୍କୁ ପଞ୍ଚାୟତର କୋଭିଡ କେୟାର ହୋମରେ ରଖାଯିବ |
ସେହିପରି କୌଣସି ଦୋକାନୀ ସାମାଜିକ ଦୂରତା ନିୟମ ଉଲଂଘନ କଲେ ବ୍ୟବସାୟୀଙ୍କ ଠାରୁ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ |ବାରମ୍ବାର ନିୟମ ଉଲଂଘନ କରିଲେ ୭ ଦିନ ପାଇଁ ଦୋକାନ ବନ୍ଦ କରାଯିବ | ଯଦି ପଞ୍ଚାୟତରେ କୌଣସି ନିୟମ ଖିଲାପ କରିବେ ତାହେଲେ ସରପଞ୍ଚ ତୁରନ୍ତ ତହସିଲଦାର କିମ୍ବା ଥାନାଧିକାରୀଙ୍କୁ ଜଣାଇ ପଦକ୍ଷେପ ନେବା ପାଇଁ ଶ୍ରୀ କୁଲାଙ୍ଗେ କହିଛନ୍ତି |ଏଥିସହ ଗାଁ ଗାଁ ରେ ଚାଲିଥିବା ଜୁଆ ଅଡ୍ଡା ଉପରେ ଚଢ଼ାଉ କରିବା ସହ ବେଆଇନ ମଦ ବେପାର ବନ୍ଦ କରିବା ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି |
ଅନ୍ୟପଟେ ସମସ୍ତ ପଞ୍ଚାୟତରେ କୋଭିଡ କେୟାର ହୋମ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ |ବର୍ତମାନ ଚାଲୁରହିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ବନ୍ଦ କରାଯାଇ ନୂତନ କ୍ଲଷ୍ଟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯିବ | କୌଣସି ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖାଗଲେ ନଲୁଚାଇ ତୁରନ୍ତ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ଅବଗତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି | ଜନପ୍ରତିନିଧି ମାନେ ନିଜ ପଞ୍ଚାୟତ ଉପରେ କଡା ନଜର ରଖିବେ ଓ କୌଣସି ବ୍ୟକ୍ତି ନିୟମ ଉଲଂଘନ କରିଲେ ତହସିଲଦାର ଓ ଥାନାଧିକାରୀଙ୍କ ସହାୟତା ନେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି |
ମନରେଗା ଯୋଜନାରେ ଗୋଟିଏ ଗୋଟିଏ ପଂଚାୟତରେ ଅତିକମରେ ୫୦୦ ଶ୍ରମିକଙ୍କୁ ସାମିଲ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ |ଏଥିସହ ସମସ୍ତ ପଞ୍ଚାୟତର ସରପଂଚଙ୍କ ସହ ସେମାନଙ୍କ ପଂଚାୟତରେ ହେଉଥିବା ଅସୁବିଧା ସମ୍ପର୍କରେ ଆଲୋଚନା କରି ପଚାରି ବୁଝିଥିଲେ | ବ୍ଲକରେ ଆୟୋଜିତ ହୋଇଥିବା ବୈଠକରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ,ତହସିଲଦାର ଆଲୋକ କୁମାର ପ୍ରଧାନ ,ବିଡ଼ିଓ ଅନିଲ କୁମାର ସେଠି ,ପୋଲିସ ଏସଆଇ ଲିତାରାଣୀ ପରିଡାଙ୍କ ସହ ସମସ୍ତ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ |