ଭୁବନେଶ୍ୱର(ଏଟିଆର ବ୍ରୁରୋ): ଏଣିକି ରାଜଧାନୀରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କରୋନା ଟିକା ଦିଆଯିବ । ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯିବ । ବିଭିନ୍ନ ଶିକ୍ଷାନୁଷ୍ଟାନ ମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି କତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି ପ୍ରେମଚନ୍ଦ୍ର ଚୈାଧୁରୀ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ୬ହଜାର ଟେଷ୍ଟିଂ ଭୁବନେଶ୍ୱରରେ କରିବା ପାଇଁ ଟାଗେର୍ଟ ଦିଆଯାଇଛି । କରୋନା ନିୟନ୍ତ୍ରଣ ପାଇଁ ଟେଷ୍ଟିଂ କରାଯାଇଛି । ଏପ୍ରିଲ ୧ ରୁ ଏହି ବୃହତ୍ତ ଟିକାକରଣ କରାଯିବ । ବର୍ତ୍ତମାନ ୫ ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଇଛି । ଷ୍ଟ୍ରିଟ ଭେଣ୍ଡର,ମଲ କର୍ମଚାରୀ,ରେଷ୍ଟୁରାର୍ଟ କର୍ମଚାରୀ, ଓ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ସେସୁ କର୍ମଚାରୀଙ୍କୁ ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କ ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି ।
ସେହିଭଳି ଓଡିଏମ ପବ୍ଲିକ ସ୍କୁଲରେ ମଧ୍ୟ ଅନୁରୂପ ଭାବେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯେଉଁମାନେ ଚିହ୍ନଟ ହୋଇଛନ୍ତି ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ସେଠାରେ ଗୋଟିଏ ଟେଷ୍ଟିଂ ଡେକ୍ସ କରାଯାଇ ଟେଷ୍ଟିଂ ଆରମ୍ଭ ହୋଇଛି।