ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି ମାରାତ୍ମକ ଭାଇରସ କରୋନା । ସେହିପରି କରୋନା ତାର କାୟା ଓଡିଶାରେ ବି ମେଲାଇଛି । ଓଡିଶାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଛୁଇଁଲାଣି । ଏହି ପରିପ୍ରେକ୍ଷିରେ କୋଭିଡ୍ ୧୯ ସମ୍ବନ୍ଧୀୟ ତଥ୍ୟ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ।
ବର୍ତ୍ତମାନ ସୁଧା ରାଜ୍ୟରେ ୨୨୧୨ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି । ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହାସହିତ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।
କୋଭିଡ୍-୧୯ ସମ୍ବନ୍ଧୀୟ ସଦ୍ୟ ତଥ୍ୟ ନିମ୍ନରେ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨୧୨ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା ବେଳେ ସେଥିରେ ପଜେଟିଭଙ୍କ ସଂଖ୍ୟା ୪୨ରେ ସୀମିତ ରହିଛି। ଯେକୌଣସି ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ପାଇଁ ୧୦୪ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରନ୍ତୁ। #COVID19 #OdishaFightsCorona pic.twitter.com/toXeic6iZt
— H & FW Dept Odisha (@HFWOdisha) April 7, 2020