ରାଉରକେଲା(ଏଟିଆର ବ୍ୟୁରୋ): ବିଭିନ୍ନ ସମୟରେ ତିଆରି ହୋଇଥିବା ବ୍ରିଜ ଗୁଡିକର ସ୍ଲାବ ଖସିପଡି ଥିବାର ଆମେ ଦେଖିବାକୁ ପାଇଛୁ । କେବଳ ସ୍ମାର୍ଟ ସିଟି କୁହାଯାଉ ଥିବା ରାଜଧାନୀ ଭୁବନେଶ୍ୱରରେ ନୁହେଁ ଦ୍ୱିତୀୟ ସ୍ମାର୍ଟ ସିଟି ହିସାବରେ ଗଣତି ହେଉଥିବା ରାଉକେଲା ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ସକାଳେ ବ୍ରାହ୍ମଣୀ ସେତୁ ଉପରେ ଗୋଟିଏ ଜାଗାରେ ଫାଟ ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ ସମାନ ଜାଗରେ ସ୍ଲାବ ଖସିଥିଲା । ଏହା ଦ୍ୱାରା ୧୪୩ ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶରେ ଅନେକ ଗାଡି ଠିଆ ହୋଇଥିବାରୁ ରାସ୍ତ ଜାମ ହୋଇ ଯାଇଛି । ଆଜି ସକାଲେ ସ୍ଲାବ ଖସିବା ପରେ ସେଠାରେ ଲୁହା ପ୍ଲେଟ ପକାଯାଇଛି ।
ହେଲେ ଲୋକ ମାନେ ଭୟରେ ଲୁହା ପ୍ଳେଟ ଉପରେ ଦେଇ ଯାଉ ନଥିବାରୁ ଜାତୀୟ ରାଜପଥ ପୁରା ଜାମ ହୋଇ ଯାଇଥିଲା । ଏହା ପରେ ସେଠାରେ ୧ ପ୍ଲାଟୁନ ପୋଲିସ ଫୋର୍ସ ଓ ଟ୍ରାଫିକ ପୋଲିସ ଦ୍ୱାରା ଜାମକୁ ହଟାଇବା ପରେ ଧିରେ ଧିରେ ଗଡି ଚଳାଚଳ ସ୍ୱଭାବିକ ହୋଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ବାରମ୍ବର ବ୍ରାହ୍ମଣୀ ସେତୁର ସମାନ ଜାଗାରେ ଫାଟ ସୃଷ୍ଟି ହେଉଥିବା ବେଳେ କଣ ପାଇଁ ଏଥି ପ୍ରତି ଏନଏଚଆଇଏର ଦୃଷ୍ଟି ଗୋଚର ହେଉନାହିଁ । ତେବେ ୫ବର୍ଷ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରିଙ୍କ ଦ୍ୱାରା ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରିବା ପାଇଁ ଶିଳାନ୍ୟାସ କରାଯାଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାଣ କାମରେ ବିଶେଷ ଅର୍ଗଗତି ହୋଇ ନାହିଁ ।