ଜଗତସିଂହପୁର (ଏଟିଆର ବ୍ୟୁରୋ): ମନଇଛା ଚାଲିଥିଲା କଲେଜରେ ନାମଲେଖା । କଲେଜରେ ସିଟ୍ ନଥାଇ ବି ଛାତ୍ରଛାତ୍ରୀଙ୍କୁ ଆଡମିଶନ୍ କରାଯାଇଥିବା ଅଭିଯୋଗରେ ୩ କର୍ମଚାରୀଙ୍କୁ ସେମାନଙ୍କ ଦାୟିତ୍ୱରୁ ଅବ୍ୟାହତି କରାଯାଇଛି । କଲେଜରେ ଆଡମିସନ୍ ସରିବା ପରେ ଛାତ୍ରଛାତ୍ରୀମାନେ ମିଛ ରେଜିଷ୍ଟ୍ରସନ କାର୍ଡରେ ପରୀକ୍ଷା ଦେଉଥିବା ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ଉଚ୍ଚକର୍ତ୍ତୁପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଭଳି ଘଟଣା ଜଗତସିଂହପୁର ଜିଲ୍ଲା ଏସ.ଭି.ଏମ୍ କଲେଜରେ ଦେଖିବାକୁ ମିଳିଛି ।
ଗତ ନଭେମ୍ବର ୧୬ ତାରିଖରେ ଉଚ୍ଚ ଶିକ୍ଷା ବିଭାଗର ଏକ କମିଟି ପକ୍ଷରୁ ତଦନ୍ତ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ଏହାପରେ ସରକାରଙ୍କ ପରାମର୍ଶ କ୍ରମେ କଲେଜର ଯୁକ୍ତ ୩ର ଡାଟାଏଣ୍ଟ୍ରିଅପରେଟର ପ୍ରଦୀପ୍ତ କୁମାର ଜେନା, ଅଧ୍ୟାପକ ଡ.ଧୀରେନ ମହାନ୍ତି ଏବଂ ଯୁକ୍ତ ୨ ର ଡାଟା ଏଣ୍ଟ୍ରିଅପରେଟର ବିଜ୍ଞାନ ମିହିର ମହାନ୍ତିଙ୍କୁ ସେମାନଙ୍କ ଦାୟିତ୍ୱରୁ କାଢିନିଆଯାଇଥିବା କଲେ ସୂତ୍ରରୁ ଜଣାପଡିଛି ।
ରିପୋର୍ଟ ମୁତାବକ, କଲେଜ ଆଡମିସନ୍ ରେ ଠକାମୀର ଶିକାର ହୋଇଥିବା ଛାତ୍ରଛାତ୍ରୀମାନେ ମିଛ ରେଜିଷ୍ଟ୍ରେସନ୍ ନଂରେ ପରୀକ୍ଷା ଦେବାର ଜାଣି ବାରମ୍ବାର କଲେ କର୍ତ୍ତୁପକ୍ଷ ଏବଂ ଉକ୍ରଳ ବିଶ୍ୱବିଦ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କ କଥା କେହି ଧ୍ୟାନ ଦେଉନଥିଲେ । ମାତ୍ର ସେମାନଙ୍କୁ କୌଣସି ପ୍ରକ୍ରାରର ନ୍ୟାୟ ନମିଳିବାରୁ ସେମାନେ ବାଧ୍ୟ ହୋଇ କଲେ ସାମ୍ନାରେ ଧାରଣାରେ ବସିଥିଲେ । ଏହାପରେ ଘଟଣାକୁ ଗୁରୁତ୍ୱ ମନେକରି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟି ସଠିକ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।