ସମ୍ବଳପୁର(ଏଟିଆର ବ୍ୟୁରୋ): ଗତ କିଛି ଦିନ ତଳେ ବୁର୍ଲା ମେଡିକାଲ କଳେ ର ନୂତନ ଛାତ୍ର ମାନଙ୍କୁ ସିନିୟର ଛାତ୍ର ମାନେ ମାଡ ମାରୁ ଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ମନରୁ ଯାଇ ନଥିଲା ବେଳେ ସେହିଭଳି ଆଉ ଏକ ଘଟଣା ସାନ୍ନାକୁ ଆସିଛି ସମ୍ବଳପୁର ଜିଲ୍ଲାର ଏକ ଘରୋଇ ଆବାସିକା କଲେଜରୁ । ସୂଚନା ଅନୁସାରେ ସମ୍ବଳପୁର ମାଝିରପଲି ଅଞ୍ଚଳରେ ଥିବା ଏକ ଘରୋଇ ଆବାସିକ କଲେଜ ବେଦିକରେ ଛାତ୍ରଙ୍କୁ ମାନଙ୍କୁ ସିନିୟର ଛାତ୍ର ମାନେ ମାଡ ମାରିଥିବାର ଅଭିଯୋଗ ହୋଇଛି ।
ଶନିବାର ବିଳମ୍ବିତ ରାତିରେ ହଷ୍ଟେଲରେ ସିନିୟର ଛାତ୍ରମାନେ ପଶି ୩ଜଣ ପ୍ରଥମ ବର୍ଷର ଛାତ୍ର ଓ ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କ ଉପରକୁ ଆକ୍ରମଣ କରି ନିସ୍ତୁକ ମାଡ ମାରିଥିବାର ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଆହାତ ହୋଇ ଥିବା ୪ଜଣ ଛାତ୍ରଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । କଲେଜ କତ୍ତୃପକ୍ଷ ଏନେଇ ଆହାତ ଛାତ୍ର ମାନଙ୍କ ପରିବାର ଲୋକଙ୍କୁ କିଛି ନଜଣାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଛାତ୍ର ମାନଙ୍କର ପରିବାର ଲୋକ ଖବର ପାଇ ଶାସନ ଥାନାରେ ଚାରି ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ କେନ୍ଦ୍ର କରି ତଦନ୍ତ ଆରମ୍ଭ କରିବା ସହ ଆହାତ ଛାତ୍ର ମାନଙ୍କ ବୟାନ ରେକଡ କରିଛି ।