ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଏମ୍ସ ଛାତ୍ର ନିଖୋଜ ମାମଲାରେ ଶେଷରେ କମିଶନରେଟ ପୁଲିସ ଏନଆଇଏର ସହାୟତା ଲୋଡିଛି । କେବଳ ଏତିକି ନୁହେଁ ଘଟଣାର ତଦନ୍ତ କରିବାକୁ ଚିଠି ଲେଖାଯାଇଛି । ମାଓ ପୋଷ୍ଟର ମିଳିବା ପରେ କମିଶନରେଟ ପୁଲିସ ଏହି ପଦକ୍ଷେପ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଗତ ଫେବ୍ରୁଆରୀ ୯ରୁ ଡାକ୍ତରୀ ଛାତ୍ର ସୁହେଲ ଆଇଜାଜ ନିଖୋଜ ହୋଇଯାଇଥିଲେ ।
ହଷ୍ଟଲରୁ ଅଚାନକ ଗାଏବ ନେଇ କେବଳ ଭୁବନେଶ୍ୱବର ନୁହେଁ ସବୁଠି ହଇଚଇ ହୋଇଥିଲା । ଗୋଟିଏ ପ୍ରଶ୍ନ ଥିଲା ସୋହେଲ ଗଲେ କୁଆଡେ? ସେପଟେ ପୁଅକୁ ଖୋଜି ଖୋଜି ସୋହେଲଙ୍କ ବାପା କମିଶନଟେ ପୁଲିସର ସହାୟତା ଲୋଡିଥିଲେ । ପୁଅ ଯେପରି ମାଓ ସଂଗଠନରେ ନମିଶୁ ଖାସ ସେଥିପାଇଁ ଜାମୁକାଶ୍ମିରରୁ ଆସିଥିବା ସୋହେଲଙ୍କ ବାପା ଗଣମାଧ୍ୟମରେ ଅନୁରୋଧ କରିବା ସହ ତୁରନ୍ତ ଖୋଜିବାକୁ ପୁଲିସକୁ ଅନୁରୋଧ କରିଥିଲେ । ଏପରିସ୍ଥଳେ ମାର୍ଚ୍ଚ ୫ତାରିଖ ଭୁବନେଶ୍ୱର ବରମୁଣ୍ଡାରେ ଏକ ମାଓ ପୋଷ୍ଟର ମିଳିବା ପୂରା ଘଟଣାକୁ ଭିନ୍ନ ମୋଡ ଦେଇଛି ।
ସୋହେଲଙ୍କୁ କବଜା କରାଯାଇଛି ପ୍ରତିବଦଳରେ ମାଓନେତା ସବ୍ୟସାଚିଙ୍କୁ ଛାଡିବା ଲାଗି ଏକ ଧମକ ପୂର୍ଣ୍ଣ ଚିଠି ଲେଖାଯାଇଛି । ନଛାଡିଲେ ସେମାନେ ଛାତ୍ରଙ୍କୁ ହତ୍ୟା କରିବେ ବୋଲି ରୋକଠୋକ ଚେତାବନୀ ଦେଇଛନ୍ତି । ସେପଟେ ଚିଠିଟି ମାଓ ସଂଗଠନର ନା ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ଚିନ୍ତାରେ ପଡିଛି ପୁଲିସ । ଖାସ ଏଥିପାଇଁ ସିବିଆଇ ଓ ଏନଆଇଏ ଘଟଣାର ତଦନ୍ତ କରିବାକୁ ପୁଲିସ ଚିଠି ଲେଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ, ସେକେଣ୍ଡ ଇୟର ସ୍ଟୁଡେଣ୍ଟ ଥିଲେ ସୋହେଲ ।