ମୁମ୍ବାଇ (ଏଟିଆର ବ୍ୟୁରୋ):ଗତ ରବିବାର ବୋନି କପୁରଙ୍କ ପାଇଁ ଖୁବ୍ ଖାସ୍ ଦିନ ଥିଲା । କଥା କଣ କି ପୁନେରେ ରହୁଥିବା ଟୋନୁ ସୋଜାତୀୟା ନାମକ ଏକ ଯୁବତୀ ମୃତ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଏକ ନିଆରା ଉପାୟ ଆପଣେଇ ଥିଲେ । ସେ ତାଙ୍କ କାର୍ କୁ ସଂପୂର୍ଣ୍ଣ ଶ୍ରୀଦେବୀଙ୍କ ଫିଲ୍ମ ପୋଷ୍ଟର ରେ ସଜାଇ ରବିବାର ଦିନ ସକାଳୁ ବୋନି କପୁରଙ୍କ ଅଫିସରେ ଜାଇ ପହଞ୍ଚିଥିଲେ । ସେଠାରେ ପହଞ୍ଚିବାର କାରଣ ହେଉଛି ସେ ତାଙ୍କ ଆଦର୍ଶ ଶ୍ରୀଦେବୀଙ୍କ ପତୀଙ୍କୁ ଭେଟି ପାରିବେ ।
ଗଣମାଧ୍ୟମ ସହ ସଂପର୍କ କରିବା ସମୟରେ ଟୋନୁ କହିଥିଲେ, ଏହା ହେଉଛି ଶ୍ରୀଦେବୀଙ୍କୁ ଅର୍ପଣ କରାଯଇଥିବାର ଏକ ଭିନ୍ନ ପ୍ରକାରର ଶ୍ରଦ୍ଧାଞ୍ଜଳୀ । ଯାହା ଶ୍ରୀଦେବୀଙ୍କ ପତୀ ବୋନି କପୁରଙ୍କୁ ଦେଖାଇବାକୁ ଚାହୁଁଛି । ଏବଂ ତାପରେ ଟୋନୁ ବୋନି କପୁରଙ୍କ ସହ ଦେଖା ହୋଇଥିଲେ ।
ସେହି ସମୟରେ ଟୋନୁ ଏବଂ ତାଙ୍କ ବନ୍ଧୁ ବୋନି କପୁରଙ୍କ ଅଫିସରେ କିଛି ସମୟ ବିତାଇବା ସହ ଶ୍ରୀଦେବୀଙ୍କ ବିଷୟରେ କଥା ହୋଇଥିଲେ ।
ମିଳିଥିବା ରିପେର୍ଟେ ଅନୁସାରେ, ଏହି ଦିନଟି ବୋନି କପୁରଙ୍କ ପାଇଁ ବହୁତ ଖାସ୍ ଥିଲା । ଯେତେବେଳେ କାର୍ ଟିକୁ ସଂପୂର୍ଣ୍ଣ ଶ୍ରୀଦେବୀଙ୍କ ଫଟୋ ସହ ସଜାଇ ଥିବାର ବୋନି କପୁରଙ୍କ ନଜର ପଡିଲା, ସେତେବେଳେ ସେ ନିଜକୁ ନିୟନ୍ତ୍ରଣରେ ରଖି ପାରି ନଥିଲେ । ସେ ଭାବ ବିହୁଳ ହୋଇ ଆଖି ଛଳଛଳ କରି ପକାଇ ଥିଲେ । ଶ୍ରୀଦେବୀଙ୍କ ପ୍ରତି ଫ୍ୟାନ୍ସ ମାନଙ୍କର ଏତେ ଭଲ ପାଇବା ଦେଖି ବୋନି କପୁର ଖୁସି ହୋଇ ଯାଇଥିଲେ ।
ଶେଷରେ ଟୋନୁ, ଶ୍ରୀଦେବୀଙ୍କର ଏକ ଫଟୋ ବୋନି କପୁରଙ୍କୁ ଦେଇଥିଲେ । ଏହି ଫଟୋଟି ଶ୍ରୀଦେବୀଙ୍କ ଫିଲ୍ମ ‘ଶୋଲା ସାୱନ’ ଥିଲା ।