କଟକ(ଏଟିଆର ବ୍ୟୁରୋ):ଆମ ରାଜ୍ୟ ରେ ନାବାଳିକାକୁ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି ।ନାବାଳିକା କୁ ଦୁଷ୍କର୍ମ କରିଥିଲେ କୋଠର ଦଣ୍ଡବିଧାନ ମଧ୍ୟ କରାଯାଇଛି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକର ୪୧ ନମ୍ବର ୱର୍ଡରେ । ସୂଚନା ଅନୁଯାଇ ଜୋବ୍ରା ମାଝିସାହି ଅଞ୍ଚଳରେ ଜଣେ ନବାଳିକା ନିଜର ଜନ୍ମପ୍ରମାଣ ପତ୍ର ପାଇଁ ୪୧ ନମ୍ବର ୱର୍ଡର ପୂର୍ବତନ କର୍ପୋରେଟରଙ୍କ ପାଖକୁ ଯାଇଥିଲେ । ନାବାଳିକାଙ୍କ ବାପାଙ୍କ କହିବା ଅନୁଯାଇ ଜନ୍ମପ୍ରମାଣ ପତ୍ର ପାଇଁ ଆବ୍ୟଶକ କାଗଜପତ୍ର ପୂର୍ବତନ କର୍ପୋରେଟଙ୍କୁ ସେ ଦେଇ ଥିଲେ । ସଂଧ୍ୟା ସମୟରେ ନାବାଳିକା ଜନ୍ମପ୍ରମାଣ ପତ୍ର ପାଇଁ କର୍ପୋରେଟରଙ୍କ ଘରକୁ ଯାଇଥିଲେ ।
ଏହି ସମୟରେ ତାଙ୍କ ପତ୍ନୀ ଉପରେ ଥିବା କର୍ପୋରେଟରଙ୍କ ଅଫିସକୁ ଯିବା ପାଇଁ ନାବାଳିକାକୁ କହିଥିଲେ । ସେଠାରେ ପୂର୍ବତନ କର୍ପୋରେଟର ହେମନ୍ତ ବେହେରା ତାଙ୍କ ଅଫିସର କବାଟକୁ ବନ୍ଦ କରି ନବାଳିକାଙ୍କୁ ଜନ୍ମପ୍ରମାଣ ପତ୍ର ଦେଇ ତାଙ୍କୁ ଜାବୁଡି ଧରି ଥିଲେ । ଏହା ପରେ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ନାବାଳିକା ଜଣଙ୍କ ପାଟି କରିବାରୁ ହେମନ୍ତ ତାଙ୍କୁ ଛାଡି ଦେଇଥିଲେ ।ଏହା ପରେ ନାବାଳିକା ଜଣଙ୍କ ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ନାବାଳିକାଙ୍କ ବାପା ଏହି ଘଟଣାକୁ ନେଇ ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ ।\
ଏହାକୁ ଆଧାର କରି ମାଲଗୋଦାମ ଥାନା ପୋଲିସ ଏକ ମାମଲା(୧୫୦/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ହେମନ୍ତ ବେହେରା ଫେରାର ଅଛନ୍ତି । ଯଦି ଅଭିଯୁକ୍ତକୁ ଗିରଫ କରାଯାଏ ତାହାଲେ ନାବାଳିକ ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ତାଙ୍କ ବାପା କହିଛନ୍ତି ।