ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଲାଞ୍ଚ ନେଉଥିବା ବେଳେ ବାଳିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ଫାଣ୍ଡିର ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସା । ଗିରଫ ହୋଇଥିବା ଏସଆଇ ହେଉଛନ୍ତି ଦେବେନ୍ଦ୍ର ସାହୁ । ସୂଚନା ଅନୁସାରେ କିଛି ଦିନ ତଳେ ରମାକାନ୍ତ ସାହୁ ନାମକ ଜଣେ କବାଡିଆଙ୍କୁ ବାଳକାଟି ଅଞ୍ଚଳରୁ ଗିରଫ କରାଯାଇଥିଲା । କବାଡିଆ କାମରେ ବ୍ୟବହୃତ ହେଉଥିବା ଏକ ଟାଟା ଏଏସଇ ଗାଡିକୁ ଜବତ କରିଥିଲା ପୋଲିସ । ଏହି ଗାଡିକୁ ମୁକୁଳାଇବା ପାଇଁ ରମାକାନ୍ତ ବହୁ ବାର ଫାଣ୍ଡିକୁ ଯାଇଥିଲେ । ହେଲେ ରାମାକାନ୍ତ ଗାଡି ମୁକୁଳାଇ ପାରିନଥିଲେ । ପାଣ୍ଡିରେ କାର୍ଯ୍ୟରତ ଥିବା ଏସଆଇ ଦେବେନ୍ଦ୍ର ସାହୁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଳେ ଗାଡି ମୁକାଳାଇ ଦେବେ କହିଥିଲେ ।
ବାରମ୍ବାର ଲାଞ୍ଚ ମାଗିବାରୁ ରାମାକାନ୍ତ ଅତିଷ୍ଠ ହୋଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ଭିଜିଲାନ୍ସାର ଏକ ଟିମ ଦେବେନ୍ଦ୍ରଙ୍କୁ ଧରିବା ପାଇଁ ଯୋଜନା କରିଥିଲା । ଦେବେନ୍ଦ୍ର ସାହୁ ରାମାକାନ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ନେବା ପାଇଁ ଶହିଦ ନଗର ସ୍ଥିତ ଏକ ମଲକୁ ଡାକିଥିଲେ । ରାମାକାନ୍ତ ଲାଞ୍ଚ ଟଙ୍କା ଦେବା ମାତ୍ରେ ଭିଜିଲାନ୍ସ ଅଧିକାରୀ ମାନେ ଏସଆଇଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ । ଭିଜିଲାନ୍ସ ହାତରେ ଧରାପଡିବା ପରେ ଭିଜିଲାନ୍ସର ୩ଟି ଟିମ ଦେବେନ୍ଦ୍ରଙ୍କ ଯାଜପୁର ସ୍ଥିତ ପୈତୃକ ଘର, ବାଳକାଟି ଅଞ୍ଚଳରେ ନେଇଥିବା ଭଡା ଘର, ଭୁବନେଶ୍ୱର ସ୍ଥତି ସରକାରୀ ବାସଭବନରେ ଚଢାଉ ଚଳାଇଛି ।