ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବଡବାପା ବିକିଲା ଝିଆରୀକୁ । ବିଶ୍ୱାସ ନହେଲେ ବି କଥାଟି ସତ । ମାତ୍ର ୨ ଲକ୍ଷ ଟଙ୍କା ପାଇଁ ନାବାଳିକା ଝିଆରୀକୁ ହରିୟାଣାର ବିବାହିତ ପୁରୁଷକୁ ବିକିଲା ଅର୍ଥଲୋଭି ବଡବାପା । ୨ ଲକ୍ଷ ଟଙ୍କା ବଳରେ କିଣିଥିବା ପୁରୁଷ ନାବାଳିକାଙ୍କୁ ଏକ ବନ୍ଦ କଠୋରୀରେ ରଖି ଦୀର୍ଘ ଦୁଇ ମାସ ଧରି ଯୌନ ଶୋଷଣ କରି ଆସୁଥିଲା । ତେବେ ନାବାଳିକା ସେଠାରୁ ଖସି ଆସି ପୋଲିସରେ ଖବର ଦେବା ପରେ ଅଭିଯୁକ୍ତ ସନ୍ଦୀପ ଏବଂ ତାଙ୍କ ମାକୁ ପୋଲିସ ଗିରଫ କରିଛି । ସେପଟେ ବଡବାପା ଫେରାର ଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ ଅଭିଯୁକ୍ତ ବଡବାପା ଝିଆରୀଙ୍କୁ ହରିୟାଣା ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲାଇବାକୁ ଆଣି ସେଠାରେ ତାଙ୍କୁ ସନ୍ଦୀପଙ୍କୁ ସାସାନ୍ୟ କେଇଟା ଟଙ୍କା ବିନିମୟରେ ବିକି ଦେଇ ସେଠାରୁ ପଳେଇ ଆସିଥିଲା । ସନ୍ଦୀପ ଜୋର ଜବରଦସ୍ତ ନାବାଳିକାକୁ ମନ୍ଦିରରେ ବିବାହ କରିଥିଲେ । ପରେ ବନ୍ଦ କଠୋରୀରେ ରଖି ସନ୍ଦୀପ ପୁରୁଷ ପଣିଆ ହାଜିର କରିଥିବା ଅଭିଯୋଗ କରିଛନ୍ତି ନାବାଳିକା । ତେବେ ସେଠାରୁ ଚତୁରତାର ସହ ଖସି ପଳେଇ ଆସି ଛାତ ଉପରୁ ଡେଇଁ ଆତ୍ମହତ୍ୟା କରୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା ।
ଉଦ୍ଧାର କରିଥିବା ଲୋକଙ୍କ ଜରିଆରେ ପୋଲିସରେ ଏତଲା ଦେବା ପରେ ସନ୍ଦୀପ ଏବଂ ତାଙ୍କ ମାକୁ ପୋଲିସ ଗିରଫ କରିଛି । ସେପଟେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବଡବାପାକୁ ଖୋଜୁଛି ପୋଲିସ ।