ବଲାଙ୍ଗୀର(ଏଟିଆର ବ୍ୟୁରୋ): ଦାଦନ ଖଟିବାକୁ ବିଭିନ୍ନ ସମୟରେ ବହୁ ଜାଗାକୁ ଲୋକ ମାନେ କାମ କରିବାକୁ ଯାଆନ୍ତି । ହେଲେ ଦାଦନ ଖଟିବାକୁ ଯାଇ ସେଠାରେ ସେମାନଙ୍କୁ ମାଡ, ଗାଲି ଖାଆନ୍ତି । ଏହା ସହିତ କିଛି ଦାଦନ ମାନଙ୍କର ମୃତୁ ମଧ୍ୟ ହେବାର ଦେଖିବାକୁ ମିଳିଛି । କିଛି ଦଲାଲ ମାନେ ଲୋକ ମାନଙ୍କୁ ଭଣ୍ଡାଇ ସେମାନଙ୍କୁ ଦଦାନ ଖଟିବା ପାଇଁ ବାହାରକୁ ଚାଲାଣ କରିଥାନ୍ତି । ସେହି ଦଲାଲ ମାନେ ଦାଦନ ଖଟି ବାକୁ ଯାଇଥିବା ଲୋକ ମାନଙ୍କୁ ବିକ୍ରି କରି ଦେଇଥିବାର ଅଭିଯୋଗ ମଧ୍ୟ ଦେଖିବାକୁ ମିଳିଛି ।
ଏହାକୁ ଅଟକାଇବା ପାଇଁ ବର୍ତ୍ତମାନ ଆକ୍ସନ ମୁଡୁରେ ବଲାଙ୍ଗୀର ପୋଲିସ । ଦାଦନ ଶ୍ରମିକ ଚାଲାଣ କରିବା ଅଭିଯୋଗରେ ୧୮ଜଣ ଦଲାଲଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ରାତିରେ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଓ ତୁରେଇକେଲାରେ ବଲାଙ୍ଗିର ପୋଲିସ ରାତି ଅଧରେ ଚଢାଉ କରି ଦଲାଲ ମାନଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜି ଅଞ୍ଚଳରୁ ୮ଜଣ ଓ ତୁରେଇକେଲା ଅଞ୍ଚଳରୁ ୧୦ଜଣ ଦଲାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେମାନଙ୍କ ପାଖରୁ ପୋଲିସ ଜାଣାବାକୁ ଚେଷ୍ଟା କରୁଛି ଯେ ସେମାନେ କେଉଁ ଠାରୁ ଦାଦନ ମାନଙ୍କୁ ନିଅନ୍ତି, କେଉଁ ଜାଗାକୁ ଚାଲାଣ କରନ୍ତି, ଏହି କାମରେ ବାହାର ରାଜ୍ୟରେ କେଉଁ ମାନେ ତାଙ୍କୁ ସାହାର୍ଯ୍ୟ କରନ୍ତି ଏଭଲି ବିଭିନ୍ନ ବିଷୟରେ ଦଲାଲ ମାନଙ୍କ ଠାରୁ ଜଣିବାକୁ ଚେଷ୍ଟା କରୁଛି ପୋଲିସ ।