ବଲାଙ୍ଗୀର (ଏଟିଆର ବ୍ୟୁରୋ); ମାମଲା ରଫା ଦଫା କରିବା ପାଇଁ ଥାନାକୁ ଡାକି ଜୈନିକ ଆଦିବାସୀ ମହିଳାଙ୍କୁ ଟଣା ଓଟରା କରିଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଟାଉନ ଥାନାର ଜଣେ କନେଷ୍ଟବଳଙ୍କ ନାମରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଯେଉଁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ମଧ୍ୟ ଦେଖା ଦେଇଛି । ତେବେ ଏହି ଘଟଣାକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି କନେଷ୍ଟବଳ ବାବୁ ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଜମିଜମା ମାମଲାର ଦଫାରଫା କରିବା ପାଇଁ ପୋଲିସ ବାବୁ ମଧ୍ୟସ୍ଥି ସାଜି ମହିଳାଙ୍କୁ ଥାନାକୁ ଡାକିଥିଲେ । ତେବେ ମହିଳା ଜଣଙ୍କ ରାଜି ହେବାରୁ ତାଙ୍କୁ କନେଷ୍ଟବଳ ଟଣା ଓଟରା କରିଥିଲେ । ଜୋରଜବରଦସ୍ତ କାଗଜରେ ଦସ୍ତଖତ ମଧ୍ୟ କରାଇଦେଉଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି ।
ଏହି ଖବର ସମାନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକ ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ମହିଳାଙ୍କୁ ଦୁଇ ପୁଅ ସମେତ ୫ଜଣଙ୍କୁ ଉଠାଇ ଆଣିଥିଲେ । ତେବେ ଏହାକୁ ଖଣ୍ଡନ କରିଛନ୍ତି କନେଷ୍ଟବଳ ।