ରାୟଗଡା(ଏଟିଆର ବ୍ୟୁରୋ): ଆମ ରାଜ୍ୟରେ ବିଭିନ୍ନ ସମୟରେ କ୍ରିକେଟ ଖେଳ ଉପରେ କିଛି ଅସାଧୁ ଲୋକ ଟଙ୍କା ଲଗାଇ ଯୁଆ ଖେଳନ୍ତି । ତେବେ ଏହି ଯୁଆ ଖେଳ ପ୍ରାୟ ଆଇପିଏଲ ମ୍ୟାଚ ହେଲା ବେଳେ ଦେଖିବାକୁ ମିଳେ । କିନ୍ତୁ ବର୍ତ୍ତମାନ ଖେଳା ହେଉଥିବା ଅର୍ନ୍ତଜାତୀୟ କ୍ରିକେଟ ଖେଳ ଉପରେ ବି ଲୋକ ମାନେ ପଇସା ଲଗାଉଛନ୍ତି । ଏହି ପରି ଏକ ଯୁଆ ଆଡ୍ଡା ଉପରେ ରାୟଗଡା ଟାଉନ ଥାନା ପୋଲିସ ଚଢାଉ କରି ୫ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଦୀର୍ଘ ଦିନ ହେବ ବେଶ ଚାଲାଖି ସହ ରାୟଗହା ସହରରେ ଅନଲାଇନ ବେଂଟି କରାଯାଉଥିଲା । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶ୍ରବଣ ବିବେକ ଏମ.ଙ୍କ ନିର୍ଦେଶ କ୍ରମେ ପୁଲିସ ଏକ ଟିମ ଗଠନ କରି ଏହି ଆଡ୍ଡା ଉପରେ ନଜର ରଖାଯାଉଥିଲା ।
ତେବେ ଗତ କାଲି ରାତିରେ ରାୟଗଡା ସହର ରାଣୀଗୁଡା ଫାର୍ମ ଲକ୍ଷ୍ମୀନାରାୟଣ ସାହିରେ କ୍ରିକେଟ ବେଂଟି ହେଉଥିବାର ଖବରପାଇ ଥିଲା ପୋଲିସ । ଖବର ପାଇ କେ. ସୂର୍ଯ୍ୟ ରାଓଙ୍କ ଘରେ ଚଢାଉ କରିଥିଲା ପୋଲିସ । ଚଢାଉ ସମୟରେ କିଙ୍ଗପିନ ଗୁଣପୁର ଥାନା ସୁଭଦ୍ରାପୁରର ପି. ଈଶ୍ୱର ରାଓ, ରାୟଗଡାର ସୂର୍ୟ୍ୟ ରାଓ, ସାଗର ସାହୁ, ଜ୍ୟୋତି ରଞ୍ଜନ ପଲେଇ, ସତ୍ୟବ୍ରତ ପ୍ରଧାନଙ୍କୁ ଗିରଫ କରିଥିଲା ଥିଲା ସେମାନଙ୍କ ପାଖରୁ ୩ଲକ୍ଷ ୮୭ହଜାର ଟଙ୍କା, ୩ଟି ବାଇକ ଓ ୫ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ତେବେ ପୋଲିସ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଳଣ କରିବା ସହ ସହରର ଆଉ କେଉଁଠି ଏହି ଭଲି ଆଡ୍ଡା ରହିଛି ତାହା ଜାଣିବାକୁ ଚେଷ୍ଟା କରୁଛି ।