ଛତିଶଗଡ(ଏଟିଆର ବ୍ୟୁରୋ): ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମକୁ ଟଙ୍କା ଭର୍ତ୍ତି କରିବା ପାଇଁ କ୍ୟାସ ଭ୍ୟାନ ଯାଉଥିବା ବେଳେ ୪ଜଣ ଯୁବକ ଲୁଟ କରିଥିଲେ । ସୁଚନା ଅନୁସାରେ କ୍ୟାସ ଭ୍ୟାନଟି ୧କୋଟି ଟଙ୍କା ନେଇ ମଧ୍ୟାହ୍ନ ସମୟରେ ଏଯିଏମକୁ ଗଲା ବେଲେ ଝାଲ ଓ ଅତରିୟା ଗାଁ ମଝିରେ ୪ଜଣ ଲୁଟୋରା ମାରଣା ଅସ୍ତ୍ର ଧରି ଭ୍ୟାନ ଟିକୁ ଅଟକାଇ ଥିଲେ ।
ଏହା ପରେ ଭ୍ୟାନରେ ଥିବା ୧କୋଟି ଟଙ୍କା ଲୁଟି ନେଇ ସେଠାରୁ ଫେରାର ହୋଇ ଯାଇଥିଲେ । ତେବେ ଘଟଣା ସ୍ଥଳରେ ଛତିସଗଡ ପୋସିଲ ପହଞ୍ଚି ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲା । ଲୁଟ ହେବାର ୧ଘଣ୍ଟା ମଧ୍ୟ ପୋଲିସ ୩ଜଣ ଅଭିଯୁକ୍ତ ଗିରଫ କରିଛି । ଗିରଫ ହୋଇଥିବା ଲୁଟେରା ମାନଙ୍କ ପାଖରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି । ଅନ୍ୟ ଜଣେ ଲୁଟୋରା କୁ ଧରିବା ପାଇଁ ପୋଲିସ ବଭିନ୍ନ ଜାଗାରେ ଚଡାଉ ଜାରି ରଖିଛି ।