କଳାହାଣ୍ଡି(ଏଟିଆର ବ୍ୟୁରୋ): ଠକେଇ ଅଭିଯୋଗରେ କଳାହାଣ୍ଡି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଅଭିରାମ ରାଣା ଓ କୁନ୍ତି ମାଝୀ । ନିଜକୁ ଶ୍ରମ ବିଭାଗର କର୍ମଚାରୀ କହି ଉଭୟ ନିରିହ ଲୋକଙ୍କୁ ଚୂନ ଲଗାଇଥିଲେ । ଏନେଇ ଅଭିଯୋଗ ହେବା ପରେ ଉଭୟଙ୍କ ଜେଲର ଚାରିକାନ୍ଥ ଦେଖାଇଛି ପୁଲିସ । ସବୁଠୁ ବଡ଼ କଥା ହେଲା ଏମାନେ ଗରିବ ଓ ଦିନ ମଜୁରିଆଙ୍କୁ ଠକିଛନ୍ତି । ସେମାନଙ୍କୁ ବିଭିନ୍ନ ଲୋଭ ଦେଖାଇ କଷ୍ଟ ଅର୍ଜିତ ଧନ ଉଭୟ ହଡପ କରି ନେଇଥିଲେ ।
ଦୀର୍ଘ ଦିନ ହେବ ଗୋଲମୁଣ୍ଡା ଥାନା ଅନ୍ତର୍ଗତ ଗୋଲମୁଣ୍ଡା,ଝୁଲେନବନ୍ଦ, ତୁମରା, ନକଟିକାନୀ ପ୍ରମୁଖ ୨୦ରୁ ଅଧିକ ଗାଁରେ ବୁଲି ସେମାନେ ଲୋକଙ୍କୁ ଚୁତିଆ ବନାଇଥିଲେ । ଠକେଇ କରିବାର ତରିକା ବି ଥିଲା ଏମାନଙ୍କର ଟିକେ ଭିନ୍ନ । ଏମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇବା ପାଇଁ ୫୦୦୦ ଟଙ୍କା , ସାଇକେଲ ଲାଗି ୩୦୦ ଟଙ୍କା କରାଇ ଦେବା କହି ଟଙ୍କା ଆଦାୟ କରୁଥିଲେ । ଏନେଇ ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରି ଉଭୟଙ୍କୁ ଏବେ ଗିରଫ କରିଛି । ଉଭୟଙ୍କ ପାଖରୁ ବହୁ ଶ୍ରମ ବିଭାଗର ଫର୍ମ ଓ ବ୍ଲକ ର ଓା୍ୱର୍କ ଅଡର ଜବତ କରାଯାଇଛି । ତେବେ ଏହି ଠକେଇ ସେ ଆଉ କେଉଁଠି କରିଛନ୍ତି କି ନାହିଁ ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।