ବାଲେଶ୍ୱର (ଏଟିଆର ବ୍ୟୁରୋ) ; ଦିନକୁ ଦିନ ସମାଜରେ ବଢ଼ିବାରେ ଲାଗିଛି ଅପରାଧର ଦୁନିଆଁ । ତେବେ ଏହି ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଜେଲରେ ରଖାଯାଇଥାଏ । ମାତ୍ର ଅପରାଧ କରି ଜେଲରେ ଥିବା ଅପରାଧୀ ପୁଣିଥରେ ଜେଲ ଭିତରେ ପୁଣି ଏକ ଜଘନ୍ୟ ଘଟଣା କରିବସିଛି । ଜଣେ ବିଚାରଧୀନ କଏଦୀକୁ ହତ୍ୟା କରିଛି ଆଉ ଜଣେ ଆଜିବନ କାରାଦଣ୍ଡ ଭୋଗୁଥିବା କଏଦୀ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜେଲରେ । ସୂଚନା ମୁତାବକ କୈାଣସି ଏକ ଘଟଣାକୁ ନେଇ ଆଜିବନ ସଜାଭୋଗୁଥିବା ଶରତ ଗିରି ୪ ଦିନ ତଳେ ଜେଲକୁ ଆସିଥିବା ରାମଚନ୍ଦ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ଏଥିରେ କ୍ଷତ ବିକ୍ଷତ ହୋଇଯାଇଥିଲେ ରାମଚନ୍ଦ୍ର ।
ଗୁରୁତର ଅବସ୍ଥାରେ ଉଦ୍ଦାର କରି ରାମଚନ୍ଦ୍ରଙ୍କୁ ବାଲେଶ୍ୱର ହସ୍ପିଟାଲରେ ଭତ୍ତି କରିଥିଲେ ପୋଲିସ । ତେବେ ଆକ୍ରମଣରେ କ୍ଷତର ପରିମାଣ ଏତେ ବଢ଼ିଯାଇଥିଲା ଯେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏବେ ପ୍ରଶ୍ନ ଉଠିଛି ଏତେ ସୁରକ୍ଷା ଭିତରେ କଏଦୀଙ୍କ ଭିତରେ ଲଢ଼େଇ କେମିତି ହେଲା ।